ରାଜନୀତି କରିବେ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ୱରାଜ !

ନୂଆଦିଲ୍ଲୀ: ଆରମ୍ଭ ହୋଇଗଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରଣକୌଶଳ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖରେ ହେବ ଭୋଟ୍ ଗ୍ରହଣ  । ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ବିଜେପି ଓ କଂଗ୍ରେସର କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ନୂଆଦିଲ୍ଲୀ ଆସନରୁ ଲଢିବେ ବୋଲି ଜଣାପଡିବାପରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ, କେଜ୍ରିୱାଲଙ୍କ ବିପକ୍ଷରେ ଲଢେଇ କରିବା ପାଇଁ କଂଗ୍ରେସ ପକ୍ଷରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଝିଅ ଲତିକା ଦୀକ୍ଷିତଙ୍କୁ ପ୍ରାର୍ଥୀ କରାଯାଇପାରେ । ସେହିପରି ବିଜେପି ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବର୍ଗତଃ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ପ୍ରାର୍ଥୀ କରାଯାଇପାରେ । ଏଠାରେ ସୂଚନା ଥାଉ କି ବାଂସୁରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଓକିଲାତି ପଢ଼ିଛନ୍ତି ଜ୍ଝ ଏବେ ସେ ଦିଲ୍ଲୀ ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଅଭ୍ୟାସ ମଧ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ