ବିହାର ନିର୍ବାଚନ : ନୀତିଶ୍‌ଙ୍କ ନେତୃତ୍ବରେ ବିଜେପି ଲଢିବ

ବିହାର : ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହ ଗୁରୁବାର ବିହାରର ବୈଶାଳୀଠାରେ ହୋଇଥିବା ଏକ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କ ନେତୃତ୍ବରେ ବିହାରରେ ଏନଡିଏ ନିର୍ବାଚନ ଲଢିବ ବୋଲି କହିଛନ୍ତି । ସେହିପରି ନାଗରିକତା ଆଇନକୁ ନେଇ ଶାହା କହିଛନ୍ତି ଯେ, ଏହି ଆଇନ୍‌ ନାଗରିକତା ଦେବା ପାଇଁ ରହିଛି, କାହାର ନାଗରିକତା ଛଡାଇବା ପାଇଁ ନୁହେଁ। ଏହି ଆଇନ୍‌କୁ ନେଇ ରାହୁଲ୍‌, ଲାଲୁ ଓ ମମତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଶାହା । ସିଏଏକୁ ନେଇ ଏମାନେ ସମସ୍ତେ ଦେଶବାସୀଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଶାହା।
ସମ୍ପ୍ରତି ବିଜେପିର ସହଯୋଗୀ ଦଳମାନଙ୍କ ସହ ବିଜେପିର ସମ୍ପର୍କ ଏବେ ଟିକେ ଠିକ୍‌ ରହୁନଥିବାରୁ ବିଜେପି-ଜେଡେୟୁରେ ଫାଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଅମିତ୍‌ ଶାହା ପୁଣିଥରେ ବିହାରରେ ନୀତିଶ୍‌ଙ୍କ ନେତୃତ୍ବରେ ନିର୍ବାଚନ ଲଢିବାର ସୂଚନା ଏହି ଦୁଇ ଦଳ ମଧ୍ୟରେ ସମ୍ପର୍କ ପୂର୍ବବତ୍‌ ସୁଦୃଢ ରହିଛି ବୋଲି ପ୍ରମାଣିତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ