ରାଜକୋଟରେ ଆଜି ଦ୍ୱିତୀୟ ଦିନିକିଆ – ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି

ରାଜକୋଟ: ଶୁକ୍ରବାର ୨ୟ ଦିନିକିଆ ଆରମ୍ଭ ହେବାକୁ ଥିବାବେଳେ ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ବିରାଟ ବାହିନୀ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ମ୍ୟାଚରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ତେଣୁ ଏହି ମୁକାବିଲା ଜିତି ଭାରତ ନିଶ୍ଚୟ ସିରିଜରେ ଫେରିବା ପାଇଁ ଚେଷ୍ଟା କରିବ । ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ଶେଷ ମ୍ୟାଚଟି ନିର୍ଣ୍ଣାୟକ ହୋଇପାରିବ । ଅଷ୍ଟ୍ରେଲିଆ ବିଜୟୀ ହେଲେ ଗୋଟିଏ ମ୍ୟାଚ ପୂର୍ବରୁ କଙ୍ଗାରୁ ଦଳ ସିରିଜି ହାତେଇନେବ । ୨ୟ ଏକଦିବସୀୟ ମ୍ୟାଚରେ ଭାରତ ୨୯ ଓଭର ଶେଷ ସୁଦ୍ଧା ୨ ଓ୍ଵିକେଟ ହରାଇ ୧୮୪ ରନ ସଂଗ୍ରହ କରିଛି । ଶିଖର ଧଓ୍ଵନ ୯୬ ରନ କରି କେନ ରିଚାର୍ଡସନଙ୍କ ବଲରେ ଆଉଟ ହୋଇଛନ୍ତି । ପ୍ରଥମ ଏକଦିବସୀୟରେ ସେ ୭୪ ରନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ