ଫେବୃୟାରୀ ୧ ରେ ନିର୍ଭୟା ଦୋଷୀ ପାଇବେ ଫାଶୀ

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ୪ ଜହ୍ଲାଦଙ୍କୁ ଫେବୃୟାରୀ ୧ ତାରିଖ ସକାଳ ୬ ଟା ସମୟରେ ଏକା ସଙ୍ଗରେ ଝୁଲାଯିବ କାଳଖୁଣ୍ଟରେ । କାଳ ଖୁଣ୍ଟ ଦୀର୍ଘ ଦିନ କିଛି ଦିନ ଧରି ଅନାଇ ରହିଥିବା ବେଳେ ଏହି କାଳଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ୪ ସଇତାନ ମୁକେଶ,ଅ୍ରକ୍ଷୟ,ବିନୟ,ପୱନ । ହତ୍ୟା ଘଟଣାରେ ସଂପୃକ୍ତ ଅ୍ରଭିଯୁକ୍ତ ମାନଙ୍କୁ କାଳଖୁଣ୍ଟରେ ଝୁଲାଇଦିଆଯିବ ବୋଲି ପଟିୟାଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରୀ କରାଯାଇଛି । ଗତ ୨୨ ତାରିଖରେ ଅଭିଯୁକ୍ତ ମାନେ ଫାଶୀ ପାଇବା ଏକ ନିଶ୍ଚିତ ହୋଇଥିବା ବେଳେ ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇଥିବାରୁ ବିଳମ୍ବ ଘଟିଥିଲା । ଡିସେମ୍ବର ୨୦୧୨ ରେ ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସରେ ଅଭିଯୁକ୍ତ ମାନେ ଦୁୂଷ୍କର୍ମ କରିବା ସହ ଅତି ନିର୍ଦୟ ଭାବେ ଦୁଷ୍ମର୍ମ କରିଥିଲେ ସଇତାନ । ଏହାର ୧୧ ଦିନ ପିଡିତା ଚିକିତ୍ସିତ ଅବସ୍ଥାରେ ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ୬ ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳକ ରହିଥିବାରୁ ତାଙ୍କୁ ସୁଦ୍ଧାର ଗୃହକୁ ପଠାଇଦିଆଯାଇଛି । ଅନ୍ୟ ୪ ଜଣ ଅଭିଯୁକ୍ତ ମୃତ୍ୟୁ ଯନ୍ତ୍ରାରେ ଝୁଲିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ