ଜିଲ୍ଲାସ୍ତରୀୟ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ ଅଧିକାରୀ  ବିକାଶ କୁମାର ଚୌଧୁରୀ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ବୈଠକରେ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ ପଣ୍ଡା ଏହି ସାତ ଦିନ ମଧ୍ୟରେ ଯାନବାହାନ ଚାଳକମାନଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ବୃଦ୍ଧି ଲକ୍ଷ୍ୟ କରାଯାଇଥିବା ଉଲ୍ଲେଖ କରି ସେ କଟକଣାଗୁଡିକୁ କଡାକଡି ଭାବେ ଲାଗୁ କରିବା ଦିଗରେ ପୋଲିସ ସର୍ବଦା ତତ୍ପରତା ପ୍ରକାଶ କରୁଥିବା ସେ କହିଥିଲେ । ସେହିପରି ବିଟିସିସିର ସମ୍ପାଦକ ଶ୍ରୀ ନରେନ୍ଦ୍ର ବିହାରୀ ଦାସ ଆଗାମୀ ଦିନରେ ସହରରେ ଲାଗିଥିବା ବୈଦ୍ୟୁତିକ ଡିସପ୍ଲେ ବୋର୍ଡରେ ସିଡି ମାଧ୍ୟମରେ ସଚେତନତା କରିବା ଉପରେ ପ୍ରସ୍ତାବ ରଖିଥିଲେ । ସେହିପରି ସହର ମଧ୍ୟସ୍ଥଳରେ ଥିବା କନଭେଂଟ ସ୍କୁଲରେ ଟ୍ରା‘ିକ୍ ଜାମ୍‌କ୍‌ୁ ସୁଧାରିବା ପାଇଁ ପଦକ୍ଷେପ ନେବାକୁ ଅନେକ ସଦସ୍ୟ ଦାବି ଜଣାଇଥିଲେ । ଗଣମାଧ୍ୟମ ତର‘ରୁ ଶ୍ରୀ ମନୋଜ ରାଉଳ ସ୍କୁଲକୁ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବା କରୁଥିବା ଅଟୋଗୁଡିକରେ ଯେପରି ଓଭରଲୋଡିଂ ନ ହୁଏ ତା ପ୍ରତି ଦୃଷ୍ଟି ଦେବାକୁ କର୍ତୃପକ୍ଷକୁ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟତମ ସଦସ୍ୟ ଶ୍ରୀ ଶିବଶଙ୍କର ଭୋଇ ତାଙ୍କର ଏହି କମିଟିରେ ସଦସ୍ୟଭାବେ ୭ ବର୍ଷ ଧରି ରହି ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି ଏବଂ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଦିଗରେ ଚିତ୍ରାଙ୍କନ ପ୍ରତିଯୋଗିତା ସ‘ଳତାର ସହ ଆୟୋଜନ କରିଛନ୍ତି ସେଥିରେ ସେ ଅନେକ ଆତ୍ମତୃପ୍ତି ପାଇଥିବା ବଖାଣିଥିଲେ । ଚଳିତ ବର୍ଷ ବାଲେଶ୍ୱର ଟାଉନ ହାଇସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ଜୁନିୟର ବର୍ଗରେ ସାରା ରାଜ୍ୟରେ ଚିତ୍ରାଙ୍କନରେ ପ୍ରଥମ ହୋଇଥିବା ଏବଂ ସ୍ଲୋଗାନ ପ୍ରତିଯୋଗିତାରେ ସ୍ନେହା ଦାସ ତୃତୀୟ ସେହିପରି ସାଧାରଣ ସ୍ଲୋଗାନ ପ୍ରତିଯୋଗିତାରେ ଚିନ୍ମୟୀ ପ୍ରିୟଦର୍ଶିନୀ ଜେନା ତୃତୀୟ ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିବାରୁ ସେମାନଙ୍କ ପାଇଁ ଜିଲ୍ଲା ଗୌରବାନ୍ୱିତ ବୋଲି ଗୃହରେ ପ୍ରକାଶ କରାଯାଇଥିଲା । ଶେଷରେ ଯାନବାହାନ ନୀରିକ୍ଷକ ଶ୍ରୀ ବିଶ୍ୱଜିତ ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସଚେତନତା ସପ୍ତାହ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ