ଓୟୋ ହୋଟେଲସ ଆଣ୍ଡ ହୋମସ୍ ୨୦୨୦ରେ ଯୋଜନାବଦ୍ଧଭାବେ ବହୁବିଧ ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ

ବିଶ୍ୱର ଅଗ୍ରଣୀ ହୋଟେଲ ଶୃଙ୍ଖଳା, ଗୃହ ତଥା ଜମିଜମା ଯୋଗାଣକାରୀ କମ୍ପାନୀ ଓୟୋ ହୋଟେଲସ ଆଣ୍ଡ ହୋମସ ପକ୍ଷରୁ ୨୦୨୦ ପାଇଁ ଏହାର ବ୍ୟବସାୟ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି ।ଏହା ସ୍ୱଚ୍ଛ, ସ୍ୱାସ୍ଥ୍ୟ ଉପଯୋଗୀ, ଦ୍ରୁତ ନିର୍ମାଣ ଆଦି ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଏହି ନୂତନ ରଣନୀତି ଦ୍ୱାରା ବହୁବିଧ ସାମୁହିକ ବିକାଶ, ଶ୍ରେଷ୍ଠ କାର୍ଯ୍ୟ ପରିଚାଳନା, ଟ୍ରେନିଂ ଏବଂ ଗଭର୍ଣ୍ଣାସ୍ ତଥା ଲାଭାନ୍ୱିତକାରୀ ପଥରେ ଅଗ୍ରସର ସମ୍ଭବ ହୋଇପାରିବ । କମ୍ପାନୀ ୯୦% ହୋଟେଲ ୭.୧୦ ରେଟିଂ ମଧ୍ୟରେ ଚଳାଇବାର ଯୋଜନା କରିଛି । କମ୍ପାନୀ ୪ଟି ମୁଖ୍ୟ ଲକ୍ଷ୍ୟ ଆଧାରରେ କାର୍ଯ୍ୟ ଧାରା ଜାରି ରଖିବ ବୋଲି ନିଷତି କରିଛି । ୨୦୧୩ରେ ଓୟୋ ଗୁରୁଗାଓଁରେ ଗୋଟିଏ ହୋଟେଲରୁ ଏହାର ବ୍ୟବସାୟିକ ଅଭିଯାନ ଆରମ୍ଭ କରିଥିଲା । ସମ୍ପ୍ରତି କମ୍ପାନୀ ବିଶ୍ୱର ୮୦୦ରୁ ଅଧିକ ସହରରେ ନିଜର ଉପସ୍ଥିତି ଜାହିର କରିପାରିଛି । ହଜାର ହଜାର କର୍ମଚାରୀଙ୍କ ସହାୟତାରେ କମ୍ପାନୀ ନିଜର ବିକାଶ ଧାରା ଅବ୍ୟାହତ ରଖିଛି । ବହୁ ଆହ୍ୱାନର ସମ୍ମୁଖୀନ ହୋଇ କମ୍ପାନୀ ନିଜର ଅଭିବୃଦ୍ଧି ଧାରା ଜାରି ରଖିଛି । ୨୦୨୦ରେ କମ୍ପାନୀ ନିଜର ବିକାଶ ପଥରେ ୪ଟି ମୁଖ୍ୟ ଆଧାରକୁ ସ୍ଥାନୀତ କରିଛି । ସେଗୁଡ଼ିକ ହେଉଛି ସାମୁହିକ ବହୁବିଧ ବିକାଶ, କାର୍ଯ୍ୟକାରୀ ଏବଂ ଗ୍ରାହକ ସେବାରେ ଶ୍ରେଷ୍ଠତ୍ୱ, ଲାଭକୁ ପ୍ରାଧାନ୍ୟ ତଥା ଟ୍ରେନିଂ ଏବଂ ସୁପରିଚାଳନା । ସାମୁହିକ ବହୁବିଧ ବିକାଶ ଦ୍ୱାରା କମ୍ପାନୀ ବିଶ୍ୱସ୍ତରରେ ଅଧିକ ଗ୍ରହଣୀୟ ହେବାର ଲକ୍ଷ୍ୟ ରଖିଛି । ନୂଆ ରଣନୀତି ଆଧାରରେ କମ୍ପାନୀ ୨୦୨୦ରେ ସହଜ କରିବାର ଯୋଜନା ରଖିଛି । ଏହା ସହିତ ୯୦% ହୋଟେଲରେ ୭/୧୦ ରେଟିଂ ହାସଲ ପାଇଁ ଲକ୍ଷ୍ୟ ରଖିଛି । ଲାଭକୁ ପ୍ରାଧାନ୍ୟ ଦେଇ କମ୍ପାନୀ ଜମିରେ ନିର୍ମାଣ ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଯାହାଦ୍ୱାରା ପରିଚାଳନାଗତ ଖର୍ଚ୍ଚ ହ୍ରାସ ପାଇ ପାରିବ ।ସେହିପରି ଟ୍ରେନିଂ ଏବଂ ସୁପରିଚାଳନା ଦ୍ୱାରା ଉପଯୁକ୍ତ ପଦ୍ଧତି ଗ୍ରହଣ କରି କମ୍ପାନୀ ନିରନ୍ତର ଉତ୍ପାଦ୍ୟତା ବୃଦ୍ଧି ସହିତ କର୍ମକ୍ଷେତ୍ରରେ ୱାର୍କ କଲଚର ବିକଶିତ କରିବାର ପ୍ରୟାସ କରିବ ।ଏହିଅବସରରେ ଓୟୋ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ସିଇଓ ରୋହିତ କପୁର କହିଲେ, ଓୟୋ ୨୦୨୦ ପାଇଁ ନିଜର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତରେ କମ୍ାପନୀର ବରିଷ୍ଠ ପରିଚାଳନା ଦଳ ବହୁବିଧ ସାମୁହିକ ବିକାଶର ବ୍ୟବସାୟିକ ମଡେଲ ପ୍ରସ୍ତୁତ କରିଛନ୍ତି । ମୂଳ ଲକ୍ଷ୍ୟ ଆଧାରରେ ଏହାକୁ ଉପଲବ୍ଧ କରିବା ପାଇଁ ସେମାନେ ପ୍ରତିଶ୍ରୁତି ବଦ୍ଧ । ଗ୍ରାହକ ଅଭିଜ୍ଞତା ବୃଦ୍ଧିରେ ଆମେ ଦୁଇଗୁଣା ବିକାଶ ଲାଭ କରି ପାରିବୁ ବୋଲି ନିଶ୍ଚିତ । ଏହା ଭାରତ ସହିତ ବିଶ୍ୱସ୍ତରରେ ମଧ୍ୟ ଜାରି ରହିବ । ସୂଚନାଯୋଗ୍ୟ, ୨୦୧୩ରେ ବ୍ୟବସାୟ ଆରମ୍ଭ କରିଥିବା ଓୟୋ ସମ୍ପ୍ରତି ହୋଟେଲ, ଗୃହ ନିର୍ମାଣ ତଥା ଜମିଜମା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଏହା ଦ୍ୱାରା ୪୪,୦୦୦ ହୋଟେଲ ସ୍ଥାପିତ ହୋଇପାରିଛି । ଏସବୁ ହୋଟେଲର ରୁମ୍ ସଂଖ୍ୟା ୧.୨ ନିୟୁତରୁ ଅଧିକ ରହିଛି । ସେହିପରି ଅବସରକାଳୀନ ଗୃହ ବ୍ୟବସାୟରେ ଏହାର ବିଶ୍ୱସ୍ତରରେ ୧୨୫,୦୦୦ରୁ ଅଧିକ ରୁମ୍ ରହିଛି । ଏହା ୮୦ଟି ଦେଶରୀ ୮୦୦ରୁ ଅଧିକ ସହରରେ କାରବାର ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ