ଛୁରା ମାଡ଼ କରି ବାଇକ ଲୁଟିଲେ ଦୁର୍ବୁତ୍ତ

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା କୋଡିଂଙ୍ଗା ଥାନା ଅନ୍ତର୍ଗତ ଛାଲିପେଟା ଗ୍ରାମର ଜଣେ  ଶ୍ରମିକ କାମ ସାରି ଗତକାଲି ସଂନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ କିଛି ଦୁବୁର୍ତ୍ତ ତାଙ୍କ ଉପରକୁ ଛୁରାମାଡ କରି ବାଇକ ଲୁଟି ଫେରାର ହୋଇଯାଇଛନ୍ତି ।ଆହାତ  ହୋଇଥିବା ଶ୍ରମିକ ଜଣଙ୍କ ପରିଚୟ ଛାଲିପେଟା ଗ୍ରାମର ଚନ୍ଦ୍ର ସାଏ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନା ନୁସାରେ ଛାଲିପେଟା ଗ୍ରାମର ଚନ୍ଦ୍ର ସାଏ ନାୟକ କାମ ସାରି ଗ୍ରାମକୁ ଫେରୁଥିବା ସମୟରେ ଗ୍ରାମଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ଜଙ୍ଗଲରେ ଦୁଇ ଜଣ ଦୁର୍ବୁତ୍ତ ହଠାତ ଚନ୍ଦ୍ର ନାୟକଙ୍କୁ ଲିପ୍ଟ ମାଗିଥିଲେ ।ଏହା ପରେ ଚନ୍ଦ୍ରସାଏ ନାୟକ ଗାଡି କୁ ସ୍ଳୋ କରିଥିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ଛୁରୀରେ ଆକ୍ରମଣ କରିବା ସହ ଘଟଣା ସ୍ଥଳରୁ  ବାଇକ ଧରି  ଫେରାର ହୋଇଥିଲେ । ସ୍ଥାନୀୟ ଲୋକେ  ଚନ୍ଦ୍ର ସାଏ ନାୟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନବରଙ୍ଗପୁର ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତିକରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅନ୍ୟ ହସପିଟାଲକୁ ସ୍ଥ୍‌ାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ