ରେଳ ଧାରଣାରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ପାପଡାହାଣ୍ଡି ଥାନା ମୈଦଲପୁରର ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି ।ମୃତକ ଜଣକ ୨ ତାରିଖରୁ ନିଖୋଜ ରହିଥିଲେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ରୋଡ ରେଳ ଷ୍ଟେସନ ର କିଛି ଦୁରରେ ଯୁବକଙ୍କ ରେଳ ଧାରଣାରେ ମୃତ ଦେହ ପଡିଥିବାର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ମୃତକ ଜଣକ ପରିଚୟ ପାପଡାହାଣ୍ଡି ଥାନା ମୈଦଲପୁର ଅଂଚଳର ଗଣପତି ଦୋରା (୩୨) ବୋଲି ଜଣାପଡିଛି । ଖବର ପାଇ ଟିଟିଲାଗଡ ରେଳ ଷ୍ଟେସନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମୃତ୍ୟୁ ବ୍ୟକ୍ତିଙ୍କ ପକେଟରୁ ୩ ଟି ରେଳ ଟିକେଟ୍ ମିଳିଥିବା ବେଳେ ୧୭ ତାରିଖରେ ବିଶାଖାପାଟଣାରୁ ରାୟଗଡା ପାଇଁ ପୁଣୀ ରାୟଗଡା ରୁ ଲାଞ୍ଜିଗଡ ରୋଡ କିପରି ଆସି ଆତ୍ମହତ୍ୟା କଲେ ଏହାକୁ ନେଇ ପରିବାର ପକ୍ଷରୁ ଥାନାରେ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ