ବାଉନ୍ସର ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କଲେ ଶରତ

ଭୁବନେଶ୍ୱର: କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବରିଷ୍ଠ ନେତା ଶରତ ରାଉତ ଦାବି କରିଛନ୍ତି। ଏହି ଘଟଣାକୁ ସେ ନିନ୍ଦା କରିବା ସହ କହିଛନ୍ତି ଯେ, ଇତିହାସରେ କେବେ ଏଭଳି ହୋଇନଥିଲା । ଏହା ନିନ୍ଦନୀୟ ଓ ଅଶୋଭନୀୟ । ଏହାକୁ କୌଣସି କଂଗ୍ରେସ ଲୋକ ସମର୍ଥନ କରିବେ ନାହିଁ । ସଭାପତିଙ୍କ ଅଧୀନ ଓ ଦଖଲରେ କଂଗ୍ରେସ ଭବନ ରହିଛି । ଯଦି ପିସିସି ସଭାପତି ଏ ବିଷୟରେ ଜାଣିନାହାନ୍ତି ତେବେ ସେ ଏହାର ତଦନ୍ତ ନିର୍ଦ୍ଦେଶ ଦେବା କଥା । ହୁଏତ ବିଜେପି କିମ୍ବା ବିଜେଡି ବାଉନ୍ସର ପଠାଇଥାଇପାରନ୍ତି । ଯଦି କଂଗ୍ରେସ ଲୋକ ବାଉନ୍ସର ଆଣିଥାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ହୋଇଛି ଉତ୍ତେଜନା ହୋଇଥିଲା। ଏପରିକି କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ଏହାପରେ କଂଗ୍ରେସ ଭବନ ବାହରେ ଗଣ୍ଡଗୋଳ ଆଶଙ୍କା କରି ବାଉନସରଙ୍କୁ ନିୟୋଜିତ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଉନ୍ସରଙ୍କ ସହ ପିସିସି କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ