‘ଆପ’ର ଗ୍ୟାରେଣ୍ଟି କାର୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ଜାରି କରାଯାଇଛି । ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଏହି ଗ୍ୟାରେଣ୍ଟି କାର୍ଡ ଜାରି କରିବା ସହ ଏହା ଦଳର ଘୋଷଣାପତ୍ର ନୁହେଁ ବରଂ ଏହା ଦଳର ଗାରେଣ୍ଟି କାର୍ଡ ବୋଲି କହିଛନ୍ତି । ଏଥିରେ ୨୪ ଘଣ୍ଟିଆ ବିଦ୍ୟୁତ ଓ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ୨୪ ଘଣ୍ଟିଆ ପାନୀୟ ଜଳ ଓ ୨ ହଜାର ଲିଟର ପାଣି ମାଗଣା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ସହରର ସବୁ ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍‌ ଯୋଗାଣ ନେଇ ପ୍ରତିଶ୍ରୁତି ଦିଆଯାଇଛି । ବିଶ୍ୱସ୍ତରୀୟ ଶିକ୍ଷା ସୁବିଧା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ଦିଲ୍ଲୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ବସ ସେବା ପାଇଁ କେଜରିୱାଲ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ