ଗୁଣିଗାରେଡିକୁ ବିଶ୍ୱାସ କରି ପରିବାରର ୭  ଅସୁସ୍ଥ

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ଆଦିବାସୀ ଅଧ୍ୟୁଷିତ ଅଂଚଳ ନବରଙ୍ଗପୁର ଜିଲ୍ଲାରେ ଲୋକେ ଭରସା କରୁଛନ୍ତି ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସ ଉପରେ ଯାହାର ଫଳ ଭୋଗି ବାକୁ ପଡିଛି ଗୋଟିଏ ପରିବାରର ୭ ଜଣଙ୍କୁ । ଦେଶ ସ୍ୱାଧିନତାର ୭୩ ବର୍ଷ ବିତିଗଲାଣି ତଥାପି ଲୋକମାନଙ୍କ ମଧ୍ୟରେ ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସ ଠାରୁ ବର୍ତ୍ତିପାରୁନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ହଜି ଯାଇଥିବା ସୁନାକୁ ପାଇବା ଆଶାରେ ଫୁଲଦେବ ହରିଜନ ନିକଟସ୍ଥ ଗ୍ରାମରୁ  ଗୁଡିଆଙ୍କୁ ଡାକି ଆଣି ପୁଜାର୍ଚ୍ଚନା କରିଥିଲେ । ଏହା ପରେ ଗୁଣିଆ ପରିବାରର ୭ ଜଣକୁ କଦଳୀ ଓ ଚୁଡା ଖାଇବାକୁ ଦେଇଥିଲେ । ଏହା ପରେ ପରିବାରର ୭ ଜଣ ସଦସ୍ୟ ହଠାତ୍‌  ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ହୋଇଥିବା    ପରିବାରର ସଦସ୍ୟ ମାନେ ହେଲେ ମଧ୍ୟ ରାତ୍ରରେ  ଲଳିତା ହରିଜନ (୩୦), ପାର୍ବତୀ ହରିଜନ (୪୦), ସ୍ୱପ୍ନା ହରିଜନ (୨୫), ବିଜୟ ଲଷ୍ମୀ ହରିଜନ (୨୮), କୁମାରୀ ହରିଜନ (୨୮), ଚିନୁ ହରିଜନ (୭), ତ୍ରିନାଥ ହରିଜନ (୩୦ ) ସମସ୍ତେ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଶନିବାର  ପାର୍ବତୀଙ୍କୁ ଛାଡି ଅନ୍ୟ ମାନଙ୍କୁ   ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱପ୍ନା ଗର୍ଭବତୀ ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତନ ଆସିବା ପରେ ଘରକୁ ପଠାଇଦିଆଯାଇଛ । ସ୍ୱପ୍ନା ହରିଜନଙ୍କ ସ୍ବାମୀ ପଦ୍ମନାଭ ହରିଜନ ପାପଡାହାଣ୍ଡି ଥାନାରେ ଏ ନେଇ ଏତଲା ଦେଇଛନ୍ତି । ଗୁଣିଆ ପ୍ରାସାଦରେ କଣ ମିଶାଇଲେ କେହି କିଛି କହି ପାରୁନାହାନ୍ତି । ଗ୍ରାମରେ ବର୍ତମାନ ଭୟରେ ବାତାବରଣ ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ