ରାକେଶ ଶର୍ମାଙ୍କ ଜୀବନୀ ବଖାଣିବ ‘ସାଲ୍ୟୁଟ’

ମୁମ୍ବାଇ : ଏପ୍ରିଲ ୧୯୮୪ରେ ‘ସୋୟୁଜ ଟି-୧୧’ ମହାକାଶଯାନରେ ମହାଶୂନ୍ୟକୁ ଯାଇଥିଲେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା । ଅଦ୍ୟାବଧି ମହାଶୂନ୍ୟକୁ ଯାଇଥିବା ସେ ଏକମାତ୍ର ଭାରତୀୟ ନାଗରିକ । ତାଙ୍କ ଭିନ୍ନ ଯେଉଁ ଭାରତୀୟ (କଳ୍ପନା ଚାୱାଲ, ସୁନୀତି ୱିଲିୟମ ଆଦି)ମାନେ ମହାଶୂନ୍ୟକୁ ଯାଇଛନ୍ତି, ସେମାନେ କେହି ଭାରତର ନାଗରିକ ନୁହନ୍ତି । ତେଣୁ ପ୍ରଥମ ତଥା ଏକମାତ୍ର ଭାରତୀୟ ମହାକାଶଚାରୀର ଗୌରବରେ ଗୌରବାନ୍ୱିତ ଏକସ୍ତରି ବର୍ଷ ବୟସ୍କ ରାକେଶ । ତାଙ୍କ ଜୀବନୀ ଆଧାରରେ ଏକ ଫିଲ୍ମ ନିର୍ମାଣ ପାଇଁ ବହୁ ଦିନରୁ ଉଦ୍ୟମ ଚାଲିଛି । ପ୍ରଥମ ‘ସାରେ ଜହାଁ ସେ ଅଚ୍ଛା’ ନାମକ ଫିଲ୍ମ ତିଆରି କରିବା ପାଇଁ ଘୋଷଣା କରାଯାଇଥିଲା । ମୁଖ୍ୟ ଭୂମିକାରେ ଅଭିନୟ କରିଥାଆନ୍ତେ ଆମିର ଖାନ । ସେ ଓହରିବା ପରେ ଭିକି କୌଶଲ, ରଣବୀର କପୁର ଓ ରାଜକୁମାର ରାଓ ଆଦିଙ୍କ ନାମ ଶୁଣିବାକୁ ମିଳିଥିଲା । ତେବେ ‘ସାରେ ଜହାଁ ସେ ଅଚ୍ଛା’ର ସୁଟିଂ ଆରମ୍ଭ ହୋଇପାରିନଥିଲା । ଏବେ ଆମିରଙ୍କ ପରାମର୍ଶ କ୍ରମେ ଫିଲ୍ମଟିକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶାହାରୁଖ ଖାନ । ଫିଲ୍ମର ନାମ ବଦଳେଇ ରଖାଯାଇଛି ‘ସାଲ୍ୟୁଟ’ । ଏଥିରେ ଶାହାରୁଖଙ୍କ ସହ ଅଭିନୟ କରିବାକୁ ସମ୍ମତ ହୋଇଛନ୍ତି ଫାତିମା ସନା ଶେଖ । ହାତରେ ତିନି ତିନିଟି ଫିଲ୍ମ ‘ଲୁଡୋ’, ‘ସୂରଜ ପେ ମଙ୍ଗଲ ଭାରୀ’ ଓ ‘ଭୂତ ପୁଲିସ’ ଥିବା ସତ୍ତ୍ୱେ ସନା ବେଶ ଉତ୍ସାହର ସହ ‘ସାଲ୍ୟୁଟ୍’ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ