ହ୍ୟାକ୍ଡର ଟ୍ରେଲର ରିଲିଜ୍
ମୁମ୍ବାଇ : ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ହିନାଖାନ୍ଙ୍କ ପଦାର୍ପଣ ଫିଲ୍ମ ହ୍ୟାକ୍ଡର ଟ୍ରେଲର ରିଲିଜ୍ ହୋଇଛି। ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲରରେ ହିନାଙ୍କୁ ସମ୍ପୂର୍ଣ୍ଣ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହିନା ଜଣେ କର୍ପୋରେଟ୍ ମ୍ୟାନେଜର ଭୂମିକାରେ ନଜର ଆସିଛନ୍ତି । ନକାରାତ୍ମକ ଭୂମିକା ତଥା ଜଣେ ୧୯ ବର୍ଷୀୟ ହ୍ୟାକର ଭୂମିକାରେ ନଜର ଆସୁଛନ୍ତି ରୋହନ ଶାହ । ସୋହମ ହିନାଙ୍କୁ ପ୍ରେମ ନିବେଦନରେ ବିଫଳ ହେବା ପରେ ହିନାଙ୍କ ବ୍ୟକ୍ତିଗତ ତଥ୍ୟକୁ ଇଣ୍ଟରନେଟ୍ରେ ଲିକ୍ କରି ଦେଇଛନ୍ତି । ସମାଜରେ ଚାଲିଥିବା ବିଭିନ୍ନ ସାଇବର୍ କ୍ରାଇମ୍କୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି । ଟିଭି ଜଗତର ହାଇଏଷ୍ଟ ପେଡ୍ ଅଭିନେତ୍ରୀ ହିନା ଏହି ଫିଲ୍ମରେ ଏକାଧିକ ବୋଲ୍ଡ ସିନ୍ ଦେଇଛନ୍ତି ।