ହ୍ୟାଣ୍ଡକଫ୍ ବ୍ରେସ୍‌ଲେଟ୍

ପୁରୁଷ ହୁଅନ୍ତୁ ବା ନାରୀ, ସଜାଇ ହେବା, ସୁନ୍ଦର ଦେଖାଯିବାକୁ କାହାକୁ ଭଲ ନ ଲାଗେ ! ସ୍ମାର୍ଟ ଡ୍ରେସ୍ ସହିତ ସୁନ୍ଦର ଅଳଙ୍କାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଦିଏ । କେଉଁ ଡ୍ରେସ୍ ସହିତ କ’ଣ ପିନ୍ଧିଲେ ଭଲ ଲାଗିବ ତାହାକୁ ନେଇ ଚାଲିଥାଏ ନାନା ପ୍ରକାର ପରୀକ୍ଷା ନିରୀକ୍ଷା । ସେଇଭଳି ଏବେ ଫ୍ୟାଶନ୍ ଟ୍ରେଣ୍ଡରେ ଆଗରେ ଅଛି ହ୍ୟାଣ୍ଡକଫ୍ ବ୍ରେସ୍‌ଲେଟ୍(ଚଉଡ଼ା ବ୍ରେସ୍‌ଲେଟ୍) । ହାତରେ ବହୁତ ସାରା ଜୁଏଲାରୀ ପିନ୍ଧିବା ଅପେକ୍ଷା ଗୋଟିଏ ହ୍ୟାଣ୍ଡକଫ୍ ବ୍ରେସ୍‌ଲେଟ୍ ଆପଣଙ୍କୁ ଷ୍ଟାଇଲିସ୍ ଲୁକ୍ ଦେବା ପାଇଁ ଯଥେଷ୍ଟ । ପାର୍ଟି ୱିୟର ସହିତ ଚୁଡ଼ି ଦେଇଥାଏ ପାରମ୍ପରିକ ଲୁକ୍ । ଯଦି ଆପଣଙ୍କୁ ବୋଲ୍ଡ ଏବଂ ବିଉଟିଫୁଲ୍ ଲୁକ୍ ଦରକାର, ତେବେ ହ୍ୟାଣ୍ଡକଫ୍ ବ୍ରେସ୍‌ଲେଟ୍ ନିହାତି ପିନ୍ଧନ୍ତୁ । ୱେଷ୍ଟର୍ଣ୍ଣ ୱିୟର ହେଉ ବା ଏଥ୍‌ନିକଡ୍ରେସ୍ ଏହା ସବୁଥିରେ ଖୁବ୍ ମାନିଥାଏ । ଯଦି ସମ୍ଭ୍ରାନ୍ତ ଦେଖାଯିବାକୁ ଚାହାନ୍ତି, ତେବେ ଷ୍ଟୋନ୍ ଲାଗିଥିବା ବ୍ରେସ୍‌ଲେଟ୍ ବାଛନ୍ତୁ । ପ୍ରତ୍ୟେକ ଦିନ ବ୍ୟବହାର କରିବା ଲାଗି ମଧ୍ୟ ଅନେକ ଡିଜାଇନର ହ୍ୟାଣ୍ଡକଫ୍ ବ୍ରେସ୍‌ଲେଟ୍ ମିଳୁଛି । ସୁନା, ରୁପା କିମ୍ବା ଅକ୍ସିଡାଇଜଡ୍ ମେଟାଲରେ ମିଳୁଥିବା ହ୍ୟାଣ୍ଡକଫ୍ ବ୍ରେସ୍‌ଲେଟ ପିନ୍ଧି ପାରିବେ । ଫଙ୍କି ଲୁକ୍ ଚାହୁଁଥିଲେ ଲେଦର କିମ୍ବା କାଠରେ ତିଆରି କରାଯାଉଥିବା ବ୍ରେସ୍‌ଲେଟ୍ ପିନ୍ଧିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ