ବୟଫେଣ୍ଡ  ସାମ୍ନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଚେନ୍ନାଇ: ଦେଶରେ ଆଇନ କାନୁନ୍‌  କଡା ହେଲେ ମଧ୍ୟ  ଖାତିର କରୁନାହାନ୍ତି କାମରୁପି ରାକ୍ଷାସ । ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ୪ ଅଭିଯୁକ୍ତ କାଲ ଫାଶରେ ଝୁଲିବାକୁ ପ୍ରସ୍ତୁତ ଚାଲିଥିବା ବେଳେ ହେଲେ ପୁଣି ନିର୍ଭୟାଳ ଭଳି ତାମିଲନାଡୁରେ ଏହାର ପୁନରାବୃତ୍ତି ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଜଣେ  ୨୪ ବର୍ଷିୟ ଯୁବତୀଙ୍କୁ ଛୁରୀ ଦେଖାଇ ତାଙ୍କ ବୟ ଫ୍ରେଣ୍ଡ ସାମ୍ନାରେ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବୟଫ୍ରେଣ୍ଡକୁ ମାଡ  ମାରିବା ପରେ ବୟଫେଣ୍ଡ ସାମ୍ନାରେ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି । ଯୁବତୀଙ୍କୁ ସେମାନଙ୍କ କବଳରୁ ଖସିବା ପାଇଁ ଚେଷ୍ଟା କରିଥିବା ବେଳେ ଯୁବତୀଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇ  ଗଣଦୁଷ୍କର୍ମ କରିଥିଲେ ।ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୧୬ତମ ଶତାବ୍ବୀର ଭେଲ୍ଲୋର ପୋର୍ଟ ନିକଟରେ ଶନିବାର ସନ୍ଧ୍ୟା ୭ଟାରେ ଏହା ଘଟିଥିଲା। ଦୁର୍ବୃତ୍ତମାନେ ଉକ୍ତ ଯୁବକ ଓ ଯୁବତୀଙ୍କ ପାଖରେ ଥିବା ସମସ୍ତ ଜିନିଷପତ୍ର ଲୁଟ କରି ନେଇଛନ୍ତି।ପୁଲିସ୍ ଦୁଷ୍କର୍ମ ଓ ଲୁଟ ମାମଲା ରୁଜୁ କରି ଦୁଇ ଜଣ ୧୮ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଆଉ ଜଣେ ଏବେ ବି ଫେରାର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ