ଶିଶୁ ସୁରକ୍ଷା ସଂପର୍କିତ କର୍ମଶାଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍‌): : ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ବୁଦ୍ଧିଜିବୀମାନଙ୍କୁ ନେଇ ଏକ ଶିଶୁ ସୁରକ୍ଷା ସଂପର୍କିତଚ କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଯୋଗଦେଇ ଶିଶୁମାନଙ୍କୁ ଉତ୍ତମ ଓ ସୁରକ୍ଷା ଦେବା ସମୟ ଦାୟିତ୍ୱ ଏବଂ ସୁରକ୍ଷା ବଳୟ ତିଆରି କରିବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷା ସୁଜତା ପଟ୍ଟନାୟକ ଯୋଗଦେଇ ଶିଶୁମାନେ ଆଗାମୀକାଲିର ଭବିଷ୍ୟତ ଓ ଉନ୍ନତ ଦେଶ ଗଠନର ମୂଳଦୂଆ ତେଣୁ ସେମାନଙ୍କୁ ଯତ୍ନ ଓ ସୁରକ୍ଷା ପ୍ରଦାନରେ ଗୋଷ୍ଠୀ ଓ ସାମାଜିକ କର୍ମୀମାନଙ୍କ ଗୁରୁତ୍ୱ ରହିଛି । ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଶିଶୁ ସୁରକ୍ଷା ପାଇଁ ଉଦ୍ଦିଷ୍ଠ ଆଇନକୁ କେଉଁଭଳି କଡାକଡି ପାଳନ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ । ସାଧନ ବ୍ୟକ୍ତି ରୂପେ ଅମୀୟ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର ଓ ଗୋଷ୍ଠୀର ଦାୟିତ୍ୱ ଓ ଏହାର କିଭଳି ଉପଯୋଗ କରିବା ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ରଖିଥିଲେ । ଅନ୍ୟତମ ସାଧନକର୍ମୀ ବି.ବୈରାଗୀ ପାତ୍ର ଶିଶୁମାନେ ଯେପରି ନିଜ ଘରେ ସୁଖରେ ରହିବେ, ପାଠପଢିବେ ଓ ପ୍ରତ୍ୟେକ କ୍ଷେତ୍ରରେ ଯେପରି ଅଂଶ ଗ୍ରହଣ କରିପାରିବେ ସେଥିପ୍ରତି ସମସ୍ତ ଅଂଶ ଗ୍ରହଣକାରୀଙ୍କ ସହଭାଗିତାକୁ ନିଶ୍ଚିତ କରାଇବା ପାଇଁ ଅହ୍ୱାନ ଦେଇଥିଲେ । ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟରତ ସମସ୍ତ ବ୍ୟବସ୍ଥା ବିଷୟରେ ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ ସମ୍ୟକ ଧାରଣା ଦେଇ ଯଦି କୌଣସି ଶିଶୁ କିଛି ଅସୁବିଧାରେ ଅଛି ତେବେ ତୁରନ୍ତ ୧୦୯୮କୁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ସମସ୍ତ ଅଶଂ ଗ୍ରହଣକାରୀମାନେ ଗଞ୍ଜାମରେ ଶିଶୁ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ପାଇଁ ସଙ୍କଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଶିବ ପ୍ରସାଦ ରଥ ଓ ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ