ୟୁରୋ କିଡସ୍ ପ୍ଲେ ସ୍କୁଲ ପକ୍ଷରୁ ପାଞ୍ଚଦିନିଆ ରି ପ୍ଲବିକ୍ ଡେ ଫୁଟବଲ୍ ଟୂର୍ଣ୍ଣାମେଣ୍ଟ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଷ୍ଟାଡିୟମ ପରିସରରେ ସାଧାରଣତନ୍ତ୍ର ଦିବସ ଅବସରରେ ଛତ୍ରପୁର ର ଆନ୍ତର୍ଜାତିକ ମାର୍କା ୟୁରୋ କିଡସ୍ ପ୍ରି ସ୍କୁଲ ପକ୍ଷରୁ ଜାନୁୟାରୀ ୨୨ ତାରିଖ ଠାରୁ ୨୬ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ରି ପ୍ଲବିକ୍ ଡେ କପ-୨ ଫୁଟବଲ ଟୂର୍ଣ୍ଣାମେଣ୍ଟ ର ଆୟୋଜନ କରୁଛନ୍ତି । ଏଥିରେ ୮ଟିମ୍ ଯଥା ଛତ୍ରପୁର ଟାଉନ କ୍ଲବ, ଭଂଜନଗର ଫୁଟବଲ କ୍ଲବ, ଦିଗପହଣ୍ଡି ଫୁଟବଲ କ୍ଲବ , ନଟି ଫୋର୍ଟି ଫୁଟବଲ କ୍ଲବ, ପତିତପାବନ ଫୁଟବଲ କ୍ଲବ , ନଟରାଜ ଫୁଟବଲ କ୍ଲବ, ମର୍ଣ୍ଣିଙ୍ଗ୍ ଫୁଟବଲ କ୍ଲବ , ନଇରୀ ଫୁଟବଲ କ୍ଲବ ଅଂଶ ଗ୍ରହଣ କରିବେ । ଜିଲ୍ଲାପ୍ରଶାସନ ସହାୟତାରେ ପ୍ରତିଦିନ ଦିନ ୧ଟାରୁ ମ୍ୟାଚ୍ ଆରମ୍ଭ ହେବ । ଜାନୁୟାରୀ ୨୬ ତଥା ସାଧାରଣତନ୍ତ୍ର ଦିବସ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯୁବଶକ୍ତି କୁ କ୍ରିଡା ପ୍ରତି ଆକର୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶକ୍ତି ଏଣ୍ଡ ଏଜୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଯୁବ ଆଇନଜିବୀ ରଂଜନ କୁମାର ମହାପାତ୍ର ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ପୂର୍ବରୁ ଏହି ଟ୍ରଷ୍ଟ ତଥା ୟୁରୋ କିଡସ୍ ପ୍ରି ସ୍କୁଲ ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ଅନ୍ତଃ ବିଦ୍ୟାଳୟ ସ୍ତରର ପ୍ରତିଯୋଗିତା ସମେତ ବହୁ ଜନ କଲ୍ୟାଣ କାର୍ଯ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ