ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବ

କଟକ,(ଓ୍ବାଇଏନଏସ): ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ଆଜି (ଜୁନ ୨୬) ପୁଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବ କଟକ ସ୍ଥିତ ସାରଳା ଭବନରେ ପାଳିତ ହେଉଛି। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ପୁରୀ ସାଂସଦ ଡଃ ସମ୍ବିତ ପାତ୍ର। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର, ରାଷ୍ଟ୍ରୀୟ ଉପସଭାପତି ଦୀପକ ମାଲବ୍ୟ, ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା, ଦୈନିକ ସମାଜ ସମ୍ବାଦପତ୍ରର ପ୍ରକାଶକ ଓ ମୁଦ୍ରାକର ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ପାଦକ ତଥା କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ମଂଚାସୀନ ଅଛନ୍ତି। କାର୍ଯ୍ୟକ୍ରମଟିକୁ ପରିଚାଳନା କରୁଛନ୍ତି ସମାଜର କାର୍ଯ୍ୟବାହ ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ସୁବାଷ ଦାସ ଓ ଶୁଭଲକ୍ଷ୍ମୀ ଦାସ ଉତ୍କଳମଣିଙ୍କ ରଚନାରୁ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ