କଞ୍ଜ୍ୟୁମର କୋର୍ଟ ଯିବେ ଜେପି ଗୃହ କ୍ରେତା!

ନୂଆଦିଲ୍ଲୀ, (ଏଜେନ୍ସି): ଜେପି ଇନ୍ଫ୍ରାଟେକ୍ ଲିମିଟେଡ଼୍ (ଜେଆଇଏଲ୍)ରେ ନିବେଶକାରୀ ୨୫ ହଜାର ଗୃହ କ୍ରେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଧରଣର ଆଶ୍ୱସ୍ତି ପ୍ରଦାନ କରାଯାଇଛି । ଯଦ୍ୱାରା ସେମାନେ କଞ୍ଜ୍ୟୁମର୍ କୋର୍ଟ ଯିବାର ବାଟ ଫିଟିଛି । ତେବେ ଏବେବି ଏହି ଗୃହ କ୍ରେତାମାନେ କମ୍ପାନୀ ବିରୋଧରେ ଚାଲିଥିବା ଇନ୍ସଲ୍ଭେନ୍ସି ପ୍ରକ୍ରିୟା ଯୋଗୁଁ ଅନିଶ୍ଚିତତାର ସମ୍ମୁଖିନ ହେଉଛନ୍ତିି । ହେଲେ ଏବେ ସୁପ୍ରିମ କୋର୍ଟ ଏମାନଙ୍କ ପାଇଁ ରାସ୍ତା ଖୋଲିଛନ୍ତି । ଯଦ୍ୱାରା ପ୍ୟାରେଣ୍ଟ କମ୍ପାନୀ ଜେପି ଆସୋସିଏଟ୍ସ ଲିମିଟେଡ଼୍ (ଜେଏଏଲ୍) ବିରୋଧେରେ ଗ୍ରାହକ କଞ୍ଜ୍ୟୁମର କୋର୍ଟ ଯାଇପାରିବେ । ଏଥିସହ ସେମାନେ ନିଜ ଫ୍ଲାଟ୍ର ରିଫଣ୍ଡ ତଥା ପଜେଶନ୍ର ଦାବି କରିପାରିବେ । ପ୍ରକାଶ ଯେ ଜେଏଏଲ୍ ବିରୋଧରେ ଘର କ୍ରେତାମାନେ ନ୍ୟାସ୍ନାଲ୍ କଞ୍ଜ୍ୟୁମର୍ ଡିସ୍ପ୍ୟୁଟ୍ସ ରିଡ୍ରେସଲ୍ କମିସନ (ଏନ୍ସିଡିଆର୍ସି)ରେ ଏକ ଯାଚିକା ଦାଏର କରାଇଥିଲେ । ଏଥିରେ କମ୍ପାନୀ ଉପରେ ଅଙ୍କୁଶ ଲଗାଇବାକୁ ଦାବି ହୋଇଥିଲା । ଯାହା ବିରୋଧରେ କମ୍ପାନୀ ଅନ୍ୟ ଏକ ଯାଚିକା ଦାଏର କରିଥିଲା । ଯାହାକୁକି ନ୍ୟାୟମୂର୍ତ୍ତି ଏ ଏମ୍ ଖାନଭିଲକର୍ ଓ ଅଜୟ ରସ୍ତୋଗୀ ଜେଏଏଲ୍ଙ୍କ ଦ୍ୱାରା ଦାଏର କରାଯାଇଥିବା ଯାଚିକାକୁ ଖାରଜ କରିଦେଇଛନ୍ତି । ଏହି ଯାଚିକାରେ ଜେପି ଇନ୍ଫ୍ରାଟେକ୍ ଲିମିଟେଡ଼୍ର ଗୃହ କ୍ରେତାମାନେ ଜେଏଏଲ୍ ବିରୋଧରେ କଞ୍ଜ୍ୟୁମର୍ କୋର୍ଟ ଯିବାକୁ କୋର୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ