୧ ଲକ୍ଷ ୬୦ ହଜାର ଜାଲ ନୋଟ ଜବତ

କଟକ: ଜଣେ ବ୍ୟକ୍ତିଙ୍କଠାରୁ ଜାଲ ନୋଟ ଜବତ କରାଯାଇଛି । ହଜାରେ କି ଦୁଇ ହଜାର ନୁହେଁ । ପୂରାପୂରି ୧ ଲକ୍ଷ ୬୦ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି । ମର୍କତନଗର ଅଞ୍ଚଳରେ ଏକ ବ୍ୟାଙ୍କରେ ଟଙ୍କା ଜମା ବେଳେ ଏହା ଧରାପଡ଼ିଛି । ଜାଲ ନୋଟ ଜମା କରିବା ପାଇଁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମର୍କତନଗର ଥାନାରେ ଅଟକ ରଖାଯାଇଛି । ପ୍ରକାଶ ଯେ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜାଲ ନୋଟ ନେଇ ବ୍ୟାଙ୍କକୁ ଜମା କରିବାକୁ ଆସିଥିଲେ । ତେବେ ଜାଲ ନୋଟ ସମ୍ପର୍କରେ ଜାଣିପାରି ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାକୁ ଖବର ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଜାଲ ନୋଟକୁ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଥାନାରେ ଅଟକ ରଖି ଏହାର ଖୋଳତାଡ଼ କରୁଛି । ତେବେ ଜବତ ନୋଟ ମଧ୍ୟରେ ବହୁ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ