ବିଶ୍ୱସ୍ତରୀୟ ହେବ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ

କଟକ- ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏଥିଲାଗି ଜମି ଅଧିଗ୍ରହଣ କାର‌୍ୟ୍ୟ ଆରମ୍ଭ ହେବ। କଟକ ଜିଲ୍ଲାପାଳ ଓ ଆରଡିସି ଆଜି ସଂଧ୍ୟାରେ ଜମି ଅଧିଗ୍ରହଣ ଲାଗି ପ୍ରସ୍ତାବ ଦେବେ। ଆଜି ୫-ଟି ସଚିବ ଭି.କେ.ପାଣ୍ଡିଆନ କଟକ ଗସ୍ତ କରି ଏସସିବିର ଭିତ୍ତିଭୂମି ବିକାଶ ଓ ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ହୋଇଥିବା ଯୋଜନାର ସମୀକ୍ଷା କରିଥିଲେ। ସୂଚନା ଅନୁସାରେ, ଏସସିବିକୁ ବିଶ୍ବସ୍ତରୀୟ କରିବା ଲାଗି ୨୫ଏକର ଜମି ରାଜ୍ୟ ସରକାର ଅଧିଗ୍ରହଣ କରିବେ। ଫେବ୍ରୁଆରି ୨୮ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର‌୍ୟ୍ୟ ଶେଷ ହୋଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ