ପୁଞ୍ଜିଲାଲ ମେହେରଙ୍କୁ ଅନ୍ତରୀଣଜାମିନ

ବଲାଙ୍ଗୀର:- ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ହାଇକୋର୍ଟ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ତାଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ଜଣାପଡ଼ିଛି । ଜାନୁଆରି ୨୪ ତାରିଖରେ ପୁଞ୍ଜିଲାଲ ଜାମିନ୍ରେ ଯିବାକୁ ଥିବା ବେଳେ ଜାନୁଆରି ୨୮ ତାରିଖ ଦିନ ୧୧ଟା ମଧ୍ୟରେ ପୁଣିଥରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପୁଞ୍ଜିଲାଲଙ୍କୁ ମିଳିଥିବା ଏହି ୪ଦିନର ଜାମିନ୍ରେ ତାଙ୍କ ପାଇଁ କେତୋଟି କଡ଼ା ସର୍ତ୍ତ ରଖା ଯାଇଛି । କୋର୍ଟ ପୁଞ୍ଜିଲାଲଙ୍କୁ ଅନ୍ତରୀଣ ଜାମିନ ଦେବାସହ ଅନେକ ସର୍ତ୍ତ ରଖିଛନ୍ତି। ଜାମିନ ଅବଧି ମଧ୍ୟରେ ଗଣମାଧ୍ୟମକୁ ନଭେଟିବାକୁ କୋର୍ଟ କଡ଼ା ନିର୍ଦେଶ ଦେବାସହ ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଥାନାଧିକାରୀଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । କୋର୍ଟ କଡ଼ା ନିର୍ଦେଶ ଦେବାସହ ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଥାନାଧିକାରୀଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସୂଚନାଥାଉକି୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବାହିତ ସୌମ୍ୟଶେଖର ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମା ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ଅଧ୍ୟାପକ ପୁଞ୍ଜିଲାଲ ମେହେର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ