ଶିଶୁମଙ୍ଗଳ କମିଟିରୁ କେରଳି ଦମ୍ପତ୍ତିଙ୍କ ପୋଷ୍ୟ ସନ୍ତାନ ଗ୍ରହଣ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): କେରଳର କେ.ବି. ସୁବାସ ଓ ରୀତା ସୁବାଷ ନାମକ ଦମ୍ପତ୍ତି ବାଲେଶ୍ୱର ଶିଶୁ ମଙ୍ଗଳ କମିଟିରୁ ଏକ ୪ ବର୍ଷର କନ୍ୟାସନ୍ତାନକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି । ଉକ୍ତ ଦମ୍ପତ୍ତି ୩ବର୍ଷ ପୂର୍ବରୁ ଏକ ପୋଷ୍ୟ ସନ୍ତାନ ଗ୍ରହଣ ସକାଶ ଆଇନାନୁଯାୟୀ ଅନ୍‌ଲାଇନ୍‌ରେ ଦରଖାସ୍ତ ଆଗତ କରି ସନ୍ତାନଟିଏ ପାଇବା ପାଇଁ ଅପେକ୍ଷା କରିଥିଲେ । ବାଲେଶ୍ୱର ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥି ବାରିକ୍‌, ସଦସ୍ୟା ଗୌରୀରାଣୀ ଉପାଧ୍ୟାୟ, ସଦସ୍ୟ ପଦ୍ମଲୋଚନ ଦତ୍ତ, ଆଶିଷ ଘୋଷ୍‌, ଗଣେଶ୍ୱର ରାଉତ ତଥା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସତ୍ୟରଂଜନ ସ୍ୱାଇଁ ଓ ସୌମେନ୍ ଗିରିଙ୍କ ଉପସ୍ଥିତିରେ ପୋଷ୍ୟ ପିତାମାତା ଉପରୋକ୍ତ କନ୍ୟାଟିକୁ ନିଜ ଘରକୁ ନେଇଥିଲେ । ପିଲାଟିର ଉପଯୁକ୍ତ ଯତ୍ନ, ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ଶିଶୁମଙ୍ଗଳ କମିଟି ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ଅଫିସ୍ ସହାୟକ ଦେବାଶିଷ ବେହେରା ସାହାଯ୍ୟ ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ