ନୂତନ ବିଡ଼ିଓଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

କୋଦଳା,,(ଯୁଗାବ୍ଦ ନ୍ୟୁଜ୍‌):: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦେବବର ପ୍ରଧାନ ଗତ ଶୁକ୍ରବାର ନୂତନ ଭାବେ ଯୋଗଦାନ କରିବା ପରେ ବୁଧବାର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଛନ୍ତି। କେ ବରିଡ଼ା, ଏସ୍ ଛଚିନା, ଚନ୍ଦନପୁର ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟ ସ୍ଥଳକୁ ଯାଇ ତଦାରଖ କରିବା ସହିତ ମନରେଗା କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏହାଛଡା ବିଶ୍ରାମାଗାର, କଲ୍ଯାଣ ମଣ୍ଡପ, ଆବାସ ଗୃହ ମଧ୍ଯ ବୁଲି ଦେଖିଥିଲେ। ଏହାପରେ ଏସ୍ ଛଚିନା ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ପହଞ୍ଚି ପିଲାଙ୍କୁ କିଛି ସମୟ ପାଇଁ ପାଠ ପଢାଇଥିଲେ ବିଡିଓ। ବିଡ଼ିଓଙ୍କ ଏହି ପରିଦର୍ଶନ ସମୟରେ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଧର୍ମେନ୍ଦ୍ର ବାଡତ୍ୟା, ଉଦୟନାଥ ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ