ପାକିସ୍ତାନରେ ଯୌନ ଅପରାଧ ବୃଦ୍ଧି ପାଇଁ ବଲିଉଡ୍ ଦାୟୀ : ଇମ୍ରାନ୍

ଇସଲାମାବାଦ : ପାକିସ୍ତାନରେ ଯୌନ ଅପରାଧ ବୃଦ୍ଧି ପାଇଁ ପାକିସ୍ତାନ ବଲିଉଡ୍‌ ଦାୟୀ। ମୋବାଇଲ୍‌ ଫୋନ୍‌ ସମସ୍ତଙ୍କ ହାତରେ ରହିଥିବାରୁ ଅଶ୍ଲୀଳ ବିଷୟବସ୍ତୁ ଥିବା ଛବି ଏବଂ ଭିଡିଓ ସମସ୍ତଙ୍କ ହାତ ପାହାନ୍ତାରେ । ଏପରି ଭିଡିଓ ଜରିଆରେ ବଲିଉଡ୍‌ ପାକିସ୍ତାନର ଯୁବପିଢିଙ୍କୁ ନଷ୍ଟ କରୁଛି ବୋଲି ଜଣେ ୟୁଟ୍ୟୁବ୍‌ ଡେଭେଲେପର୍‌ଙ୍କୁ ନିଜର ସାକ୍ଷାତକାର ସମୟରେ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌।
ଦେଶରେ ବଢୁଥିବା ଯୌନ ଅପରାଧ ପାଇଁ ଇମ୍ରାନ କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌କୁ ମଧ୍ୟ ଦୋଷାରୋପ କରିଛନ୍ତି । ଏହି ସବୁ କାହାଣୀ ଦେଖି ପାଶ୍ଚାତ୍ୟ ସଭ୍ୟତା ଦ୍ବାରା ଯୁବପିଢି ଅନୁପ୍ରାଣିତ ହେବା ସହିତ ଦେଶରେ ଛାଡପତ୍ରର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି ଇମ୍ରାନ ଅଭିଯୋଗ କରିଥିଲେ । ଫିଲ୍ମ ଗୁଡିକ ସଂସ୍ପର୍ଶରେ ଆସି ଛାତ୍ରଛାତ୍ରୀ ମାଦକ ଦ୍ରବ୍ୟର ସେବନ ମଧ୍ୟ କରୁଛନ୍ତି । ମୁଁ ପୂର୍ବରୁ ଏ ସମ୍ପର୍କରେ ଅଜ୍ଞ ଥିଲି ମାତ୍ର କ୍ଷମତାକୁ ଆସିବା ପରେ ଏ ସମ୍ପର୍କରେ ଜାଣିବାକୁ ପାଉଛି ବୋଲି ଇମ୍ରାନ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ