ସାପ କାମୁଡା ରେ ମହିଳା ଗୁରୁତର

କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲାକୁରଭଟା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ସନ୍ଧ୍ୟାରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲାକୁରଭଟା ଗାଁ ର କାଞ୍ଚନ ସୁନାନୀ ରୋଷେଇ ପାଇଁ କାଠ ଯୋଗାଡ଼ ପାଇଁ ଯାଇଥିବା ସମୟରେ ଏକ ବିଷଧର ନାଗ ସାପ ତାଙ୍କୁ କାମୁଡିଦେଇଥିଲା । ପରେ ସେ ଗୁରୁତର ହୋଇପଡିବାରୁ ଧର୍ମଗଡ଼ ମେଡିକାଲ୍ ରେ ତାଙ୍କର ସମ୍ପର୍କୟ ମାନେ ଭର୍ତି କରିଥିଲେ । କିନ୍ତୁ ଏହି ସମୟରେ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଥିଲା । କାଞ୍ଚନଙ୍କ କାମୁଡିଥିବା ଜିଅନ୍ତା ସାପକୁ ଧରି ମେଡିକାଲ୍ ରେ ପହଞ୍ଚି ଥିଲେ ତାଙ୍କ ଦିଅର ଏହା ଦେଖି ଡାକ୍ତର ହତବାକ୍ ହୋଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ