ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରିଲେ ସାନିଆ

ମେଲବୋର୍ଣ୍ଣ : ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରି ଯାଇଛନ୍ତି । ଆଘାତ ଜନିତ ସମସ୍ୟା କାରଣରୁ ସାନିଆ ମହିଳା ଯୁଗଳ ବର୍ଗରୁ ଓହରିଛନ୍ତି । ବୁଧବାର ମିକ୍ସଡ୍‌ ଡବଲ୍ସରୁ ଓହରିଥିବା ସାନିଆ ଯୁଗଳ ବର୍ଗ ମ୍ୟାଚ୍‌ ଅଧାରୁ ଓହରି ଯାଇଥିଲେ । ପ୍ରଥମ ରାଉଣ୍ଡରେ ସାନିଆ ଏବଂ ୟୁକ୍ରେନ୍‌ର ନାଦିଆ କିଚେନକ୍‌ଙ୍କ ଯୋଡି ୨-୬ରେ ପଛୁଆ ରହିଥିବା ବେଳେ ଆଘାତ ସମସ୍ୟା କାରଣରୁ ସାନିଆ ଓହରି ଯାଇଥିଲେ । ହୋବାର୍ଟ ଇଣ୍ଟରନ୍ୟାସନାଲ ବିଜୟୀ ହୋଇଥିବା ସାନିଆଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଆଘାତ କାରଣରୁ ପ୍ରଥମେ ମିକ୍ସଡ୍‌ ଡବଲ୍ସରୁ ସାନିଆ ଓହରିଥିବା ବେଳେ ଗୁରୁବାର ମହିଳା ଡବଲ୍ସରୁ ଓହରିବା ସହିତ ଅଷ୍ଟ୍ରେଲିଆ ଓପନ୍‌ ଅଭିଯାନ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ