ମହାନ ବିପ୍ଳବୀ, ସୁଭାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ସ୍ଥାନୀୟ ରସୁରଗଡ଼ ଛକସ୍ଥିତ ଓ ବୀର ସୁରେନ୍ଦ୍ର ସାଏ ନଗରଠାରେ ମହାନ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରାଣ, ଜାତୀୟ ବୀର ତଥା ଉତ୍କଳ ମାଟିର ଦୁଇ ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ୧୨୩ତମ ଓ ୨୧୨ତମ ଜୟନ୍ତୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ସ୍ମୃତିଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଲେ ଯେ, ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ଓ ବୀରତ୍ୱର ପଟ୍ଟାନ୍ତର ନାହିଁ । ତୁମେ ମୋତେ ରକ୍ତ ଦିନ, ମୁଁ ତୁମକୁ ସ୍ୱାଧୀନତା ଦେବି ଏବଂ ଆଜାଦ୍ ହୀନ୍ଦ ଫୌଜ୍ ଗଠନ କରି ସମଗ୍ର ଦେଶବାସୀଙ୍କୁ ଇଂରେଜ ଶାସନ ବିରୋଧରେ ଏକଜୁଟ୍ କରିବା ସହିତ ଯୁଦ୍ଧଂ ଦେହି ଡାକରା ଦେଇଥିଲେ । ନେତାଜୀଙ୍କ ମୃତ୍ୟୁର ରହସ୍ୟ ଆଜିବି ସମସ୍ତଙ୍କ ସାମ୍ନାକୁ ଆସିପାରିନାହିଁ । ଏହିପରି ବ୍ୟକ୍ତିତ୍ୱ ଇତିହାସରେ ବିରଳ । ସେହିପରି ସମ୍ବଲପୁର ମାଟିର ବୀର ସୁରେନ୍ଦ୍ର ସାଏ ଦୀର୍ଘ ୪୫ ବର୍ଷ ଧରି ଇଂରେଜ ଶାସନ ବିରୋଧରେ ସମଗ୍ର ସମ୍ବଲପୁରବାସୀଙ୍କୁ ଏକଜୁଟ୍ କରିବା ସହିତ କିପରି ସଂଗଠନ ମାଧ୍ୟମରେ ସ୍ୱାଧୀନତା ହାସଲ କରାଯାଇପାରିବ ସେହି ପ୍ରୟାସକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜାରି ରଖିବା ସହିତ ବର୍ଷାଧିକ କାଳ କାରାବରଣ କରିଥିଲେ । ଇଂରେଜମାନଙ୍କ ସହିତ ଗରିଲା ଯୁଦ୍ଧ କରି ସମସ୍ତଙ୍କୁ ଏକାଠି କରିବା ସହିତ ମୁକ୍ତି ପାଇଁ ସଂଗ୍ରାମ କରିିଥିଲେ । ଆଜିର ଯୁବପୀଢ଼ୀ ଉକ୍ତ ଦୁଇ ମହାନ ବୀରଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଅଭିଯାନର ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ । ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ପର୍ଶୁମାମ ଦ୍ୱିବେଦୀ, ସୀତାବଲ୍ଲଭ ମହାପାତ୍ରଙ୍କ ସହିତ ଅଭିଯାନର ଆବାହକ କିସନ ବରାଇ, ନାରାୟଣ ଚନ୍ଦ୍ର ଓଝା, ବ୍ରଜବନ୍ଧୁ ପରିଡ଼ା, ଶିବଶଙ୍କର ଡାକୁଆ, ତନ୍ମୟ ସାମନ୍ତରାୟ, ମନ୍‌ଜିତ୍ କୌର, ସଂଗ୍ରାମ ବଳିୟାରସିଂହ, ମଦନ ମୋହନ ପାଢ଼ୀ, ମଧୁସ୍ମିତା ବେହେରା, ଲଗ୍ନଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ