ନିର୍ଭୟା ମାମଲା : ପଟିଆଲା ହାଉସ୍‌ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ବଦଳି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରହିଥିବା ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ବଦଳି କରାଯାଇଛି । ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବିଚାରପତି ସତୀଶ କୁମାର ଅରୋରାଙ୍କୁ ସୁପ୍ରିମକୋର୍ଟଙ୍କୁ ବଦଳି କରାଯାଇଛି । ଆସନ୍ତା ଏକ ବର୍ଷ ପାଇଁ ଅରୋରାଙ୍କୁ ଡେପୁଟେସନରେ ସର୍ବୋଚ୍ଚ କୋର୍ଟକୁ ପଠାଯାଇଛି । ଦିଲ୍ଲୀ ହାଇକୋର୍ଟରୁ ପଟିଆଲା ହାଉସ୍‌ କୋର୍ଟକୁ ପ୍ରଦାନ କରାଯାଇଥିବା ଚିଠିରେ ସେସନ୍ସ କୋର୍ଟ ବିଚାରପତି ଅରୋରାଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଦଳି ପୂର୍ବରୁ ଅରୋରାଙ୍କୁ ନିର୍ଭୟା ସମେତ ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ । ଅରୋରା ବିଚାର କରୁଥିବା ମାମଲା ପାଇଁ ଅନ୍ୟ ବିଚାରପତି ଖୁବ୍‌ଶୀଘ୍ର ନିଯୁକ୍ତ କରାଯିବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଦଣ୍ଡ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ