ନାଉଗାଁ ବ୍ଳକରେ ନେତାଜୀ ଜୟନ୍ତୀ ପାଳିତ

ନାଉଗାଁ : ନାଉଗାଁ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ଆଦିରେ ଗୁରୁବାର ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନାଉଗାଁ ଜନସ୍ୱାର୍ଥ ସୁରକ୍ଷା କମିଟିର ସଭାପତି ବଂଶୀଧର ବେହେରାଙ୍କ ସଭାପତିତ୍ୱରେ ବାଂଶ ଗ୍ରାମ ପଂଚାୟତ ନିକଟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଅଲଣା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ନବକିଶୋର ମହାନ୍ତି,ସମାଜସେବୀ ସୁବାସ ସ୍ୱାଇଁ, ସଂଜୀବ ମହାନ୍ତି, ସାମ୍ବଦିକ ଅକ୍ଷୟ କୁମାର ମହାନ୍ତି, ସୁରେଶ ଚନ୍ଦ୍ର ବେହୁରା, ରାଜ କିଶୋର ସାମଲ, ବୈଜୟନ୍ତୀମାଳା ସ୍ୱାଇଁ, ରଂଜିତ ଜେନା ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଆୟୋଜିତ ସଭାରେ ଯୋଗ ଦେଇଥିବା ଅତିଥିମାନେ ନେତାଜୀଙ୍କ ତ୍ୟାଗପୂତ ଜୀବନ ସଂର୍ପକରେ ଆଲୋକପାତ କରିଥିଲେ । ଏହି ଜୟନ୍ତୀ ଉତ୍ସବରେ ଅନନ୍ୟ ଟ୍ୟୁଟରିଆଲସ ଓ ବାଂଶର ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ସେହିପରି ତିହୁଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନେତାଜୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପିଲାମାନେ ନେତାଜୀଙ୍କ ଜୀବନି ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଯୋଗ ଦେଇଥିଲେ । କଂଟୁଣିଆ ଉଚ୍ଚ ବିଦ୍ୟାଳୟରେ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂତିରେ ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୂବର୍ତନ ଟ୍ରଷ୍ଟୀ ପ୍ରତାପ ମିଶ୍ରଙ୍କ ସମେତ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମାଲ୍ୟାର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ