ଛତ୍ରପୁରରେ କଂଗ୍ରେସ ପାଳିଲା ନେତାଜୀ ଜୟନ୍ତୀ

ଛତ୍ରପୁର-: ଛତ୍ରପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଛି । କୋର୍ଟ ଷ୍ଟେସନ ନିକଟସ୍ଥ ନେତାଜୀଙ୍କ ପ୍ରତିମୂର୍ତ୍ତି ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପ ମାଲ୍ୟଅର୍ପଣ କରି ସମ୍ମାନ ଜଣାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ପୋର୍ଟ ଡକ୍ ୱାକରସ୍ ୟୁନିୟନର ସଭାପତି ଜି.ଏରେୟା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ରୁଦ୍ରେଶ୍ୱର ବେହେରା, ବିଶ୍ୱ ରଂଜନ ଦାସ, ରଂଜିତ ରଥଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ