ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର -: ସଂଗ୍ରାମୀ ଯୁବ ସଂଗଠନ, ଯୁବ ଅଭିଯାନ, ଓଡ଼ିଶା ପକ୍ଷରୁ ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୩ ତମ ଜୟନ୍ତୀ ଅବସରରେ ରସୁଲଗଡ଼ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯିବା ସହ ସେହି ସ୍ଥାନରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇ ସମ୍ବିଧାନର ସୁରକ୍ଷା ପାଇଁ ଗଣଶପଥପାଠ କରାଯାଇଥିଲା । କିଛି ମୌଳବାଦୀ ଶକ୍ତିଗୁଡ଼ିକ ପକ୍ଷରୁ ସମ୍ବିଧାନ ପ୍ରତି ଦେଖାଦେଇଥିବା ବିପଦ ଓ ଆକ୍ରମଣକୁ ପ୍ରତିହତ କରିବାକୁ ସଂଗଠନର କର୍ମକର୍ତ୍ତାମାନେ ପ୍ରତିଜ୍ଞା କରିଥିଲେ । ଆବାହକ ମଣ୍ଡଳୀ ପକ୍ଷରୁ ଅମିୟ ପାଣ୍ଡବ, ପାର୍ଥସାରଥୀ ଜେନା ଓ ସାରଦା ପ୍ରସନ୍ନ ସ୍ୱାଇଁଙ୍କ ନେତୃତ୍ୱରେ ସର୍ବଶ୍ରୀ ସୁବାଷ କୁମାର ତାରଣିଆଁ, ନିମାଇଁ ଚରଣ ବାରିକ, ସଞ୍ଜୟ କୁମାର, କ୍ରିଷ୍ଣା ଶତପଥୀ ଏବଂ ବିଶ୍ୱାନଥ ସୋରେନ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ