ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ୯ମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଓ୍ବାଇଏନଏସ) : ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ନବମ ପ୍ରତିଷ୍ଠା ଦିବସ ଶନିବାର ରେଡ଼କ୍ରସ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡ. ଦୁର୍ଗାଶଙ୍କର ପଟ୍ଟନାୟକ ମୁଖ୍ୟ ଅତିଥି, ଶ୍ରୀ ସତ୍ୟବାଦୀ ଦାଶ ସମ୍ମାନିତ ଅତିଥି ଏବଂ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସେବା ଏବଂ ସମର୍ପଣ ସମ୍ପର୍କରେ ସେମାନଙ୍କର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ତିନିଜଣ ବିଶିଷ୍ଟ ସମାଜସେବୀ ଡ. ସୁଭଦ୍ରା ଦେବୀ, ଶ୍ରୀ କ୍ଷୀରୋଦ ଜେନା ଏବଂ ଶ୍ରୀ ଉମାକାନ୍ତ ପଟ୍ଟନାୟକଙ୍କୁ ସମାଜସେବୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା। ସେହିପରି ଭୁବନେଶ୍ୱରସ୍ଥିତ ଅନ୍ଧ-ମୂକ-ବଧିର ବିଦ୍ୟାଳୟର ୫ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ “ଆଇ-ପଡ୍‌” ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ବିକାଶ ବାଣୀ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଶ୍ରୀ ଗୌରାଙ୍ଗ ଚରଣ ନାୟକ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦିକା ଶ୍ରୀମତୀ ବନ୍ଦନା ମହାନ୍ତି। ଏହି କାର୍ଯ୍ୟକ୍ରମର ସଫଳତା ପଛରେ ପରିଷଦର ବରିଷ୍ଠ କର୍ମକର୍ତ୍ତାବୃନ୍ଦ ଶ୍ରୀ ମୃତ୍ୟୁଞ୍ଜୟ ମହାନ୍ତି, ଶ୍ରୀ ଭୁବନାନନ୍ଦ ତ୍ରିପାଠୀ, ଶ୍ରୀ ସୌରେନ୍ଦ୍ର କୁମାର ମହାନ୍ତି, ଶ୍ରୀ ଗିରିଶ ଚନ୍ଦ୍ର ଦାସ, ଶ୍ରୀ ରାଜେନ୍ଦ୍ର କୁମାର ଦାସ, ଶ୍ରୀ ପ୍ରମଥେଶ ମହାନ୍ତି ଏବଂ ଅନ୍ୟ ସଭ୍ୟସଭ୍ୟମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଥିଲା। ଏହି ଅବସରରେ ପରିଷଦର ୭ଜଣ ମହିଳା ସଦସ୍ୟାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ସମ୍ପାଦିକା ଶ୍ରୀମତୀ ପ୍ରତିଭା ଭୋଳ। ପରିଶେଷରେ ଉପସଭାପତି ଶ୍ରୀ ନିର୍ମଳ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ