ଏଵିବର୍ଦ୍ଧନଙ୍କ ୯ମ ସ୍ମୃତି ସଭା

 ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଲଷ୍ମଣ ଭବନ ଠାରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ବାମପନ୍ଥୀ ଆନ୍ଦୋଳନ ର କର୍ଣ୍ଣ ଧାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପୂର୍ବତନ ସର୍ବଭାରତୀୟ ସାଧାରଣ ସମ୍ପାଦକ ଏ. ଵି. ବର୍ଦ୍ଧନ ଙ୍କ ୯ମ ସ୍ମୁତି ସଭା ପ୍ରଫୁଲ୍ଲ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ମୃତି ସଭା ରେ ରାଜ୍ୟସମ୍ପାଦକ ମଣ୍ଡଳୀ ସଦସ୍ୟ ଏନ. ନାରାୟଣ ରେଡ଼ି ଯୋଗଦେଇ  କେନ୍ଦ୍ର ଶାସିତ ମୋଦି ସରକାର ଆସିଲା ପରେ ଶ୍ରମିକ ଓ କୃଷକ ବିରୋଧୀ ନୀତି ଆପଣେଇଛନ୍ତି l ଫାସିବାଦୀ ଶକ୍ତି ମୋଦି ସରକାର ଙ୍କୁ ହଟାଇବା ନିମନ୍ତେ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟ ରେ  ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ,  ନାରୀ ନେତ୍ରୀ ଏନ. ଭାନୁମତି ରେଡି, ଏନ. ଗିରିଜାପ୍ରସାଦ ରେଡ଼ି,ଏସ. ତ୍ରିନାଥ ରେଡ଼ି, ଆଦିତ୍ୟ ନାରାୟଣ ମିଶ୍ର,  କେଶବ ନାହାକ, ନବୀନ ଚନ୍ଦ୍ର ଗୌଡ଼, ସୁକାନ୍ତ ଆଚାରୀ, ଛାତ୍ର ନେତା ଅନୁରାଗ ମିଶ୍ର, ରାଜେନ୍ଦ୍ର ମିଶ୍ରପ୍ରମୁଖ ଯୋଗଦେଇ ବର୍ଦ୍ଧନ ଙ୍କ ସ୍ମୃତି ଚାରଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ