ହାଟଡିହି ପଞ୍ଚାୟତ ସମିତିର ୯ମ ଅଧିବେଶନ: ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ଵାରୋପ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ହାଟଡିହି ପଞ୍ଚାୟତ ସମିଭିର ୯ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପାନୀୟଜଳ, କୃଷି, ସ୍ବାସ୍ଥ୍ୟ, ଜଙ୍ଗଲ, ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଆଦି ବିଭଗର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବା ସହ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ପିଇଓ ଶରତ କୁମାର ବେଜ ସଂଯୋଜନା କରିଥିଲେ । ଏଥିରେ ବିଧାୟକ ଅଭିମନ୍ୟୁ ସେଠୀ, ବିଡିଓ ରଞ୍ଜନ କୁମାର ପରିଡ଼ା, ତହସିଲଦାର ଦେବଦତ୍ତ ତ୍ରିପାଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲାପରିଷଦ ଉପାଧ୍ଯକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ବାଳ, କୌଶଲ୍ୟା ସେଠୀ, ସୁକାନ୍ତି ଜେନା, ପ୍ରମୁଖ ଯୋଗଦେଇଥିଲେ। ବ୍ଲକ ରେ ଚାଲିଥିବା ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିଛି। କିଛି ଗାଁ କୁ ପାଣି ଦିଆଯାଉଛି ଯେ ତାହା କିଛି ସମୟ ପାଇଁ। ତେଣୁ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ସମସ୍ତେ ଦାବି କରିଥିଲେ। ବ୍ଳକ ସହକାରୀ କୃଷି ଅଧିକାରୀ ଭାମାଞ୍ଜରି ମହାନ୍ତ କୃଷି ସମ୍ବନ୍ଧୀୟ ଆଲୋଚନା କରିବା ବେଳେ ଚାଷୀ ମାନଙ୍କୁ ଆବଶ୍ୟକ ମୁତାବକ ସାର ମିଳୁନଥିବା ଓ କଛି ସ୍ଥାନରେ ଚଢ଼ା ଦରରେ ସାର ବିକ୍ରି ହେଉଥିବା ସରପଞ୍ଚ ସଭ୍ୟ ମାନେ ଅଭିଯୋଗ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ସମଗ୍ର ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ସୁଧାର ଆଣିବା ଦିଗରେ କାର୍ଯ୍ୟ ଚାଲୁଥିବା ବେଳେ ଅନେକ ଅଭିଯୋଗର ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ। ସେହିପରି ସରକାରୀ ଜମିରେ ଜବରଦଖଲ ହଟାଇବା ପାଇଁ ତହସିଲ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ତହସିଲଦାର କହିଥିଲେ। ସମଣା ଘାଟରୁ ବେଆଇନ ବାଲି ଉତ୍ତୋଳନକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ୨୧୯ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୪୬ଟି କେନ୍ଦ୍ରର ନିଜସ୍ଵ ଗୃହ ଥିବା ବେଳେ ଏବେ ୪୨ଟି ନୂତନ ଗୃହ ଟେଣ୍ଡର ହୋଇଥିବା ସିଡିପିଓ ଉମାମଣି ମହାପାତ୍ର ସୁଚନା ଦେଇଥିଲେ। ସେହିପରି ସେହିପରି ୯୦ଭାଗ ଲୋକଙ୍କର ଇ.କେୱାଇସି ହୋଇଥିବା ବେଳେ ଆଉ ୧୪୮୮୯ ଲୋକ ବାକି ରହିଥିବା ଯୋଗାଣ ବିଭାଗ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ ସୂଚନା ଦେଇଥିଲେ। ବିଶେଷ କରି ନୂଆ ରେଶନ କାର୍ଡ ସମ୍ପର୍କରେ ବିଧାୟକ, ବ୍ଲକ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ ମାନେ ଜାଣି ନଥିବାରୁ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଅନେକ ଗୁଡ଼ିଏ ରାସ୍ତାକୁ ଆର ଡି ବିଭାଗକୁ ହସ୍ତାନ୍ତର କରଯାଇଥିବା ନେଇ କନିଷ୍ଠ ଯନ୍ତ୍ରୀ ରଜତ ସେଠୀ ସୂଚନା ଦେଇଥିଲେ। ସେହିପରି ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ବେଳେ ବିକଶିତ ଗାଁ ବିକଶିତ ଓଡ଼ିଶା, ସି.ଏଫ୍.ସି, ଓ ଏସ.ଏଫ୍.ସି ଆଦି କାର୍ଯ୍ୟ ଗୁଡ଼ିକ ଶାନ୍ତି ଶୃଙ୍ଖଳା ର ସହ ସୂଚାରୁ ରୁପେ କରାଯିବ ସେନେଇ ଗୁରୁତ୍ବ ଦିଆଯାଇଥିଲା। ସରପଞ୍ଚ ପ୍ରଶାନ୍ତ ରାଉତ, ଚିନ୍ମୟ ନାୟକ, ରବିନ୍ଦ୍ର ଜେନା, ଜଗବନ୍ଧୁ କାଣ୍ଡି, ଦିନେଶ ସେଠୀ, ଅଜିତ ରାଉତ , ଅନ୍ତର୍ଯ୍ୟାମୀ ଖଣ୍ଡେଇ, ହେମଲତା ଜେନା, ସମିତି ସଭ୍ୟ ଦେବବ୍ରତ ବେହେରା, ଧୀରେନ୍ଦ୍ର ନାୟକ, ଶ୍ରୀକାନ୍ତ ନାୟକ, ତାରିଣୀ ସେନାପତି, କୈଳାଶ ରାଉତ, ଜ୍ଞାନ ମହାପାତ୍ର ପ୍ରମୁଖ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରତି ପଞ୍ଚାୟତରେ ମନରେଗା ଯୋଜନା କାର୍ଯ୍ୟ କିପରି ଆରମ୍ଭ କରାଯିବ ସେନେଇ ବିଡିଓ ଏବଂ ସହକାରୀ ନିର୍ବାହୀଯନ୍ତ୍ରୀ ଦୃଷ୍ଟି ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ବ୍ଲକ କର୍ମଚାରୀ ଜୀବନ ରାଉତ, ଜ୍ୟୋତି ରଞ୍ଜନ ମିଶ୍ର, ବିନୋଦ ବିହାରୀ ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।