ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୁତ୍ତ
ଭଂଜନଗର,( ସନ୍ତୋଷ କୁମାର ଜେନା): ଭଂଜନଗର ଥାନା ବେଲଗୁଣ୍ଠା ଫାଣ୍ଡି ଅଧିନ ଧୁମୁଛାଇ ଛକ ନିକଟରେ ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତ ଆକ୍ରମଣରେ ଜଣେ ୨୨ ବର୍ଷିୟ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ଧୁମୁଛାଇ ଗ୍ରାମର ସନ୍ତୋଷ ନାଇକ । ଖବର ପାଇ ଭଂଜନଗର ଓ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି । ଯୁବକଙ୍କୁ ପ୍ରଥମେ ଭଂଜନଗର ଭର୍ତ୍ତିକରାଯାଇଥିଲା ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କୈାଣସି କାରଣର ୁ ଏହି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥ୍ାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଅଭିଯୁକ୍ତ ମାନଙ୍କ ପରିଚୟ ସୂଚନା ପାଇଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିବା ଜଣାପଡିଛି । ଅନ୍ୟପଟେ ସୁଦର୍ଶନ ସ୍ୱାଇଁ ନାମକ ଜଣେ ଯୁବକକୁ ପୋଲିସ ଥାନାରେ ଅଟକ ରଖି ପଚାରା ଉଚାରା କରୁଛି ।


