ଅଗ୍ନିକାଣ୍ଡରେ ୨ ବଖରା ଗୃହ ଭସ୍ମୀଭୂତ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ବ୍ଲକ ରାମପୁର ପଞ୍ଚାୟତ କାଜିପୋଖରୀ ଗ୍ରାମର ପ୍ରଦୀପ କୁମାର ରାଉତଙ୍କର ମଙ୍ଗଳବାର ସନ୍ଧ୍ୟା ସମୟରେ ବିଦ୍ୟୁତ୍ ସଟ୍‌ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି । ଭଦ୍ରକ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚବା ବେଳକୁ ସମସ୍ତ ଗୃହ ପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମ୍ୟରାସ୍ତା ଅଣଓସାରିଆ ଥିବାରୁ ଦମକଳ ଗାଡି ଗ୍ରାମ ଭିତରକୁ ଯାଇପାରିନଥିଲା । ଅଗ୍ନିକାଣ୍ଡରେ ଧାନ, ଚାଉଳ, ନଗଦ ୧୦ ହଜାର ଟଙ୍କା ସମେତ ଗୃହର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ଅଗ୍ନିବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ଜୀବନ ନିର୍ବାହ କରୁଥିବାରୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ