ଛତ୍ରପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ସମନ୍ୱିତ ଶିଶୁବିକାଶସେବା ପ୍ରକଳ୍ପ ପକ୍ଷରୁ ଜାତୀୟକନ୍ୟାସନ୍ତାନ ଦିବସଏବଂମୋଗେହ୍ଲାଝିଅ କାର୍ଯ୍ୟକ୍ରମର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ଅଧ୍ୟକ୍ଷତାରେ ନିର୍ଭୟକଢ଼ି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁରବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡିମୁଖ୍ୟଅତିଥି ଭାବେଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଜାତୀୟ କନ୍ୟା ସନ୍ତାନ ଦିବସଏବଂମୋ ଗେହ୍ଲା ଝିଅ ଓ ନିର୍ଭୟ କଢ଼ି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । କନ୍ୟା ହସିଲେ ଦେଶ ହସିବ । ଏ ପ୍ରକାର ମଧ୍ୟ ପରାମର୍ଶ ଦେଇଥିଲେ ।ଏହି ଅବସରରେଛତ୍ରପୁରବିଡିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ରେଡ୍ଡୀ, ଛତ୍ରପୁରବିଇଓ ଅବିନାଶଶତପଥୀ, ସୁପରଭାଇଜରଭବାନୀବେହେରା, ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ଶିବ ପ୍ରସାଦ ରଥ , ଯୁବ ସମାଜସେବୀ ଶିଶିରକୁମାର ପାଣିଗ୍ରାହୀ, ସି ଆରସିସିରୀତା ରଥଙ୍କ ସମେତକାର୍ଯ୍ୟାଳୟରସମସ୍ତସୁପରଭାଇଜର, ଅଙ୍ଗନବାଡ଼ି, ଆଶାଏବଂକର୍ମଚାରୀମାନେ ଉପସ୍ଥିତ ଥିଲେ ।ଏହି ଅବସରରେକନ୍ୟାଜନ୍ମ ଦେଇଥିବା ୧୦ ଜଣ ମାଙ୍କୁମୋଗେହ୍ଲାଝିଅ କିଟ୍ ସହିତସମ୍ବର୍ଦ୍ଧନାକରାଯାଇଥିଲାଏବଂଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେକୃତିତ୍ୱହାସଲକରିଥିବା ୫ ଜଣ କୃତୀଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ