ଲୁଙ୍ଗୁରି ଗ୍ରାମରେ ନିଆଁ ଲାଗି ଦୁଇଟି ପରିବାରର ଲକ୍ଷ୍ୟ।ଧିକ ଟଙ୍କା ଜିନିଷ ପୋଡି
ଗଞ୍ଜାମ-ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲୁଙ୍ଗୁରି ଗ୍ରାମରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଦୁଇଟି ପରିବାର ଲକ୍ଷଧିକ ଟଙ୍କା ର ଆବସପତ୍ର ପୋଡିହୋଇ ଯାଇଥିବା ଜଣାପଡିଛି । ଏହି ଗ୍ରାମର ତ୍ରିନାଥ ସ୍ବାଇଁ, ଭାଇ ଶବର ସ୍ୱାଇଁ ଘର ତାଲା ପକାଇ ଧାନ କାଟିବାକୁ ଯାଇଥିବା ବେଳେ ଆଜି ସକାଳ ପ୍ରୟା ୮ଘଣ୍ଟା ସମୟରେ ନିଆଁ ବାହାରୁଥିବା ର ଦେଖି ଲୋକମାନେ ଘର ମାଲିକ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ରମ୍ଭା ଦମକଳ ବାହିନୀ ଆସି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଉଭଙ୍କ ଘର ପୋଡି ପାଉସଁ ହୋଇସାରିଥିଲା । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଯାହା ଫଳରେ ଶବର ଙ୍କ ନଗଦ ସତୁରି ହଜାର ଟଙ୍କା ସହ ସୁନା, ଆବାସ ପତ୍ର ପୋଡିହୋଇଯାଇଛି । ସେହିପରି ତ୍ରିନାଥ ଙ୍କର ପ୍ରାୟ ଲକ୍ଷ୍ୟ।ଧିକ ଟଙ୍କାର ଜିନିଷ ପୋଡିଥିବା କହିଛନ୍ତି । ଉଭୟ ପରିବାର ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପ୍ରଶାସନ ନିକଟରେ ବିଭିନ୍ନ ମହଲରେ ଦାବି ହୋଇଛି।


