ଦିବ୍ୟଜ୍ୟୋତି ଶିଶୁଗୃହରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର-: ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଦିବ୍ୟଜ୍ୟୋତି ସେବାଶ୍ରମ ଶିଶୁଗୃହରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଡ଼ାକ୍ତର ପ୍ରଶାନ୍ତ ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ସଂଗଠନ ସମିତିର ସଦସ୍ୟା ମାନସୀ ପାରମୀ, କାନ୍ତା ମହାନ୍ତି ଓ ଶୁଭଲକ୍ଷ୍ମୀ ତ୍ରିପାଠୀ ଯୋଗ ଦେଇ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସହ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ଏହି ଅବସରରେ ବକ୍ତୃତା, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା କରାଯାଇଥିଲା । ଅନୁଷ୍ଠାନର ଉପ ସଭାପତି ନିବେଦିତା ତ୍ରିପାଠୀ ଓ ମୁଖ୍ୟ ସଂଯୋଜକ ଶ୍ରୀମତୀ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରବଣ କୁମାର ପଟ୍ଟନାୟକ, ରଶ୍ମିରଞ୍ଜନ ପାଟ୍ଟଶାଣି ଓ ଅନ୍ୟାନ୍ୟ ସଭ୍ୟ, କର୍ମକର୍ତ୍ତା ସହଯୋଗ କରିଥିଲେ ।


