ସେଣ୍ଟ ଜାଭିୟର ହାଇସ୍କୁଲରେ ଜନରାଜ୍ୟ ଦିବସ ପାଳିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମେକାନିକାଲ ଇଞ୍ଜନିୟର ତଥା ବିଦ୍ୟାଳୟର ସଭାପତି ଉଦୟନାଥ କର, ମୁଖ୍ୟ ଅତିଥିଭାବେ ନରେନ୍ଦ୍ରନାଥ ଚ୍ୟାରେଟିବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ନରେନ୍ଦ୍ର ନାଥ କର ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବପନ୍ଧୁ ସୁଆର, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ମହେନ୍ଦ୍ର କୁମାର ପଳତା, ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନେ ଆମର ଭବିଷ୍ୟତ ଓ ସେମାନେ ଦେଶକୁ ସୁରକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବିଦ୍ୟାଳୟର ସଭାପତି ଉଦୟନାଥ କର ଯୋଗଦେଇ ଦେଶପ୍ରେମ ଓ ଏକତା କିପରି ବଜାୟ ରହିବ ସେନେଇ ପିଲାମାନଙ୍କୁ ଉପଦେଶ ଦେଇଥିଲେ । ସମ୍ମାନୀତ ଅତିଥି ଗୋପବନ୍ଧୁ ସୁଆର, ମହେନ୍ଦ୍ର କୁମାର ପଳତା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ଆଦର୍ଶ ନାଗରିକ ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ଦେଶାତ୍ମୋକବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ଚିତ୍ତରଞ୍ଜନ ନାୟକ ଓ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ରାଜେଶ ବେହେରା, ବିଜୟ କୁମାର ପହି, ନିରଞ୍ଜନ ସାହୁ, ବାବୁରାମ ମାଝୀ, ବିନୟ କୁମାର ନାୟକ, ସୁଦିପ୍ତ ଦାଶ, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥ ସାରଥି ଜେନା, ପ୍ରଶାନ୍ତ କୁମର ଦାସ, ହିମାଶୁଂ ରଞ୍ଜନ ବାରିକ, ବ୍ରହ୍ମାନନ୍ଦ ମଲ୍ଲିକ, ତନୁଶ୍ରୀ ତନୟା ପହି, ଦୀପରାଣୀ ବେହେରା, ମମତା ବେହେରା, ସୁଚିତ୍ରା ଦାଶ, ସୁଚିସ୍ମିତା ବାରିକ, ସଦ୍ୟଲକ୍ଷ୍ମୀ ଜେନା, ସୌମ୍ୟାରାଣୀ ଜେନା, ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ପ୍ରମିଳା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।