ବିଜେଡ଼ିର ଗୁଣ୍ଡାରଜ ଏବଂ ରାଜନୈତିକ ହିଂସା ବନ୍ଦ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ( ଯୁଗାବ୍ଦ ନୁୃ୍ୟଜ) : କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ରାଧାନାଥ .ରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁ ଜନତା ଦଳ ଦ୍ୱାରା ପ୍ରୟୋଜିତ ବ୍ୟାପକ ହିଂସା ଓ ଗୁଣ୍ଡାରାଜ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଗ୍ରାମ ପଞ୍ଚାୟତ ଯଥା : ଦେମାଳ ବୁଥ୍ ନଂ ୧୯୪, ଗିରିବନ୍ଧ, ବୁଥ୍ ନଂ-୧୯୫ ମୂଳସାହି, ବୁଥ ନଂ-୧୯୬ ଓ ୧୯୭,ଲୋକପଡ଼ା ୧୯୮, ୧୯୯, ପାରିନୂଆପଡ଼ା ପଞ୍ଚାୟତ ବୁଥ ନଂ ୧୩୪, ୧୩୫, ଦସି ୁର ୧୩୩, ପଦନୀପାଳ ୫୭,୫୮, ୫୯ ଏବଂ ୬୦ ଇତ୍ୟାଦିରେ ବ୍ୟାପକ ହିଂସା, ଧମକ ଚମକ, ଗୁଣ୍ଡାଗିରି କରି ବିଜୁ ଜନତା ଦଳର ନେତା ଏବଂ କର୍ମୀମାନେ ଭୋଟ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି । ଫଳରେ ସେ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ହେବାର ସମ୍ଭାବନା ନଥିବାର ପ୍ରତୀୟମାନ ହେଉଛି । ଏ
ସମ୍ପର୍କରେ ଶ୍ରୀଯୁକ୍ତ ରାୟ କେନ୍ଦ୍ରାପଡ଼ା ଜିଲ୍ଲା ପର‌୍ୟ୍ୟବେକ୍ଷକ ଶ୍ରୀଯୁକ୍ତ ଉପାଧ୍ୟାୟଙ୍କୁ ଦୀର୍ଘ ୪ ଦିନ ଧରି ଅବଗତ କରାଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏବଂ ସେଠାରେ ଲୋକମାନଙ୍କୁ ଭୟଭୀତ କରି ଶାସକ ଦଳର କର୍ମୀମାନେ ଭୋଟ ଦଖଲ କରିବାକୁ ଚେଷ୍ଟା ଚଳାଇଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କଲା ପରେ ସେ ଏ ସମ୍ପର୍କରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ଏକ ଘଟଣାରେ ଆଳି କଲେଜର ଗଣିତ ବିଭାଗର ମୁଖ୍ୟ ଦୁର‌୍ୟ୍ୟୋଧନ ମଲ୍ଳିକଙ୍କ ନାମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା । ସେ ଜଣେ ସରକାରୀ କର୍ମ•ରୀ ହୋଇ କିଭଳି ବିଜେଡ଼ି ଦଳର ନିର୍ବାଚନ ପ୍ର•ରରେ ଅଂଶଗ୍ରହଣ କରିବା ସହ ବିଭିନ୍ନ କାର‌୍ୟ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି ଏହାର ପ୍ରମାଣିକ ତଥ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମାଜିକ କର୍ମୀ ଶ୍ରୀ ସୁଭାଶିଷ ଷଡ଼ଙ୍ଗୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଆଜିର ଏହି ପ୍ରତିନିଧି ଦଳରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏବଂ ଆଇନ୍ଜୀବୀ ସୁଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ