ସବୁଜ ପତ୍ରିକାଧାରୀଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଭାରତୀୟ ସମ୍ବିଧାନ ୧୪ ଓ ୨୧ ଧାରାକୁ ଆଧାର କରି ତା ୧୯.୦୩.୨୦୦୭ରିଖରେ ଓଡ଼ିଶା ମାନବିକ ଅଧିକାର କମିଶନ କରିଥିବା ସୁପାରିଶ ମୁତାବକ ପରିବାରର ଜୀବନ ଜୀବିକା ନିର୍ବାହ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ସହର ମଧ୍ୟରେ ଅସ୍ଥାୟୀ ଭାବେ ବସବାସ କରୁଥିବା ଘରଡ଼ିହହୀନ ସବୁଜ ପତ୍ରିକାଧାରୀ ପରିବାରଗୁଡ଼ିକୁ ସମ୍ମାନ ସ୍ୱରୂପ ରାଜ୍ୟ ସରକାର ଦେଇଥିବା ଲିଖିତ ପ୍ରତିଶ୍ରୁତି ସବୁଜ ପତ୍ରିକା ୬ ଏବଂ ୭ ପୃଷ୍ଠାର କ୍ରମିକ ନଂ-୨ ମୁତାବକ ଏହି ସହର ମଧ୍ୟରେ ସର୍ବନିମ୍ନ ୪/୪୦ ଡ଼ିସିମିଲ୍ ଘରଡ଼ିହ ବିନା ମୂଲ୍ୟରେ ପ୍ରଦାନ କରିବା ଓ ସେହି ଜାଗା ଉପରେ ଖଣ୍ଡିଏ ଉତ୍ତମ ବାସଗୃହ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ନିର୍ମାଣ ଋଣ ଯୋଗାଇ ଦେବା ସହିତ ଅଣକର୍ମଚାରୀ ସବୁଜ ପତ୍ରିକାଧାରୀ ପରିବାରମାନଙ୍କୁ ମାସିକ ୧୦୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଭତ୍ତା ଯୋଗାଇ ଦେବା ପାଇଁ ଆଗାମୀ ବିଧାନସଭା ଅଧିବେଶନ ଉପଲକ୍ଷେ ପ୍ରସ୍ତୁତ ହେବାକୁ ଥିବା ରାଜ୍ୟପାଳଙ୍କ ଅଭିଭାଷଣ ପତ୍ରରେ ସ୍ଥାନିତ କରବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ ତରଫରୁ ୭ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ପରିଷଦର ସାଧାରଣ ସମ୍ପାଦକ ଦେବରାଜ ନାଏକ, ଶ୍ରୀମତୀ ରଞ୍ଜୁଲତା ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ଦିବ୍ୟଲତା ରାଉତ, ଖୋର୍ଦ୍ଧାଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଲେଙ୍କା, ଉପସଭାନେତ୍ରୀ ଭୁବନେଶ୍ୱର ସହର କମିଟି ଗଙ୍ଗାଧର ନାୟକ ସଭ୍ୟ, ଭୁବନେଶ୍ୱର ସହର କମିଟି ପଠାଣୀ ପ୍ରଧାନ, ସମେଶ୍ୱର ସେନାପତି ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।


