ଟ୍ୟାଲୀ ସଲ୍ୟୁସନ୍ ଅଟୋମେଶନ୍ ସହାୟତାରେ ଭୁବନେଶ୍ୱରରେ ବିକାଶ ଧାରା ଜାରି ରଖିଛି
ଭୁବନେଶ୍ୱର -: ଅଗ୍ରଣୀ ଭାରତୀୟ ବିଜନେସ୍ ସଫ୍ଟୱେର ଉତ୍ପାଦ କମ୍ପାନୀ ଟ୍ୟାଲୀ ସଲ୍ୟୁସନ୍ ପକ୍ଷରୁ ଭୁବନେଶ୍ୱରର କଞ୍ଜ୍ୟୁମର ଡ୍ୟୁରାବୁଲ୍ ଶିଳ୍ପର ବିକାଶ ପାଇଁ ଅଟୋମେଶନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ମର୍ମରେ ଆୟୋଜିତ ହୋଇଥିବା ଏକ ଆଲୋଚନା ଚକ୍ରରେ ଅନେକ ବ୍ୟବସାୟିକ ସଂସ୍ଥା ଯୋଗଦେଇ ଏହା ଦ୍ୱାରା ଶିଳ୍ପ ସଂସ୍ଥା ପରିଚାଳନାରେ ହେଉଥିବା ଉପକାରିତା ସମ୍ପର୍କରେ ମତାମତ ପ୍ରକାଶ କରିଥିଲେ । ଓଡ଼ିଶା ଦେଶରେ ଶ୍ରେଷ୍ଠ ୧୦ କଞ୍ଜ୍ୟୁମର ଡ୍ୟୁରାବୁଲ୍ ଉଦ୍ୟୋଗ ରାଜ୍ୟ ଭାବେ ସ୍ଥାନୀତ ହୋଇଛି । ଏଠାରେ କଞ୍ଜ୍ୟୁମର ଡ୍ୟୁରାବୁଲ୍ ବଜାରର ବିକାଶ ପାଇଁ ବିଶେଷ ସୁଯୋଗ ରହିଛି । ଓଡ଼ିଶାର ୬୦ ପ୍ରତିଶତ ବ୍ୟବସାୟିକ ସଂସ୍ଥା ଅଟୋମେଶନକୁ ଗ୍ରହଣ କରିଛନ୍ତି ।


