ପ୍ରକାଶ ପାଇଲା ପାର୍ଥୀଙ୍କ ସମ୍ପତ୍ତି ତାଲିକା
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପାର୍ଥୀଙ୍କ ସମ୍ପତ୍ତି ତାଲିକା ଏବେ ସାର୍ବଜନୀନ ହୋଇଛି । ମିଳିଥିବା ସୁଚନାନୁସାରେ , ବାଲେଶ୍ୱର ଲୋକସଭାର କଂଗ୍ରେସ
ପାର୍ଥୀ ନବଜ୍ୟୋତି ପଟ୍ଟନାୟକ ୧୦୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ତାଙ୍କ ମାଲିକାନାରେ ଥିବାବେଳେ ସେ ୧୦୭ କୋଟି ୯୫ ଲକ୍ଷ ଟଙ୍କା ଋଣ କରିଛନ୍ତି । ସେହିପରି କେନ୍ଦ୍ରାପଡା ସାଂସଦ ପାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସମ୍ପତ୍ତି ର ପରିଣାମ ହେଉଛି ୫୭ କୋଟି । ତା ସହିତ ତାଙ୍କର ବାର୍ଷିକ ଆୟ ୯କୋଟି ଥିବା ଜଣା ଥିବା ଜଣା ପଡଛି । ନିର୍ବାଚନ କମିଶନରଙ୍କ ପାଖରେ ନାମାଙ୍କନ ଦଖଲ ବେଳେ ଯାହା ସେ ସତ୍ୟପାଠ ରେ ଦର୍ଶାଇଛନ୍ତି । ଏହାକୁ ଅନୁଧ୍ୟାନ କରି ନ୍ୟାସନାଲ ଇଲେକ୍ସନ ବାଚ ଓ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ ଏହି ତଥ୍ୟ ପ୍ରକାଶ କରିଛନ୍ତି ।