୨୦୧୯ ମାଡି ଆସୁଛି ଏବର୍ଷର ପ୍ରଥମ ବାତ୍ୟା ଫନି
ଫନି ଓଡିଶା ଉପରେ କିଛି ବି ପ୍ରଭାବ ପକାଇବନାହିଁ । ଏହି ବାତ୍ୟା ଏବେ ଶ୍ରୀଲଙ୍କା ଉପକୂଳ ଆଡକୁ ଅଗ୍ରସର ହେଉଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହୋଇ ମେ ୧ ବେଳକୁ ଉତ୍ତର ତାମିଲନାଡୁ ପୁଡୁଚେରୀ , ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ତରଫରୁ ଜଣାପଡିଛି । ଏହା ସହ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରୀ କରାଯାଇଛି । ଲୋକ ମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି । ଓଡିଶାର ଦକ୍ଷିଣ ଅଂଚଳରେ କିଛି ପ୍ରଭାବ ପଡିପାରେ ବୋଲି ପାଣିପାଗ ବିଭାଗ ସୁତ୍ରରୁ ପ୍ରକାଶ । ।