ରାଜ୍ୟରେ ନିୟମ ମାଳମାଳ , କାମ ସବୁ ଦୂର୍ବଳ
ବ୍ରହ୍ମପୁର , (ମନୋଜ କୁମାର ସାହୁ ) : ଆମ ଦେଶରେ ସମସ୍ତଙ୍କର ଆସ୍ଥା ଓ ବିଶ୍ୱାସ ଆଇନ ଉପରେ ରହିଛି । କିନ୍ତୁ ଦେଶରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ଓ ସୁରକ୍ଷିତ ପାଇଁ ଅଧୁନା ସମୟରେ ନୂଆ ନୁଆ ନିୟମ କାନୁନ ପ୍ରଣୟନ କରାଯାଉଛି । କିନ୍ତୁ ସେହି ନିୟମ ଗୁଡିକ କେବଳ କାଗଜ କଲମରେ ସୀମିତ ହୋଇରହିଯାଉଛି । ରାଜ୍ୟରେ ଆଇନ ପ୍ରଣୟନ କେବଳ ମାଳମାଳ କରାଯାଉଥିବା ବେଳେ ବେଫିକର ଭାବେ ନିୟମ ଗୁଡିକ କିଛି ଢିଲା ହେଉଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଚାଲିଛି ତ କେଉଁଠି ନିୟମ ଗୁଡିକ ଖୋଲାଖୋଲି ଭାବେ ଉଲଂଘନ ହେଉଥିବାର ନଜିର ମଧ୍ୟ ରହିଛି । ଆମେ ଯଦି ଆଇନ ପ୍ରଣୟନ କରାଯାଇଥିବା ନିୟମ ଗୁଡିକ ଉପରେ ନଜର ପକାଇବା ତେବେ ଆମେ ଆଜି ୨ ଟି କାରଣକୁ ମୁଖ୍ୟ ପ୍ରସଙ୍ଗଭାବେ ଗ୍ରହଣ କରିବା । ଗୋଟିଏ ହେଲା ସିଗାରେଟ ଅନ୍ୟଟି ହେଲା ପଲିଥିନ । ସିଗାରେଟ ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ସରକାରୀ ତରଫରୁ ୨୦୦ ଶହ ଟଙ୍କା ଆଦାୟ କରିବା ପାଇଁ ନିୟମ ହୋଇଥିଲା । କିନ୍ତୁ ସର୍ବସାଧାରଣରେ ଧୁମପାନ କରିବା କିଛି ନୂଆକଥା ନୁହେଁ । ପୂର୍ବରୁ ଲୋକମାନେ ସାଧାରଣ ସ୍ଥାନରେ ଖୋଲାମଖୋଲା ଭାବେ ଧୂମପାନ କରୁଥିଲେ । କିନ୍ତୁ ଗଣମାଧ୍ୟମ ଓ ପ୍ରଶାସନ ତରଫରୁ ସର୍ବସାଧାରଣରେ ଧୁମପାନ କରିଲେ ଅର୍ଥ ଦଣ୍ଡର ବ୍ୟବସ୍ଥା କରାଯାଇଥିଲା ଗଣମାଧ୍ୟମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଗଲା । ଓ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ସିଗାରେଟ ଧୁମପାନ କରୁଥିବା ବ୍ୟକ୍ତିଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର କିଛି ଦିନର ନିରବତା ପରେ ଜିଲ୍ଲାରେ ସର୍ବସମ୍ମୁଖରେ ଲୋକମାନେ ଖୁଲାମ ଖୁଲା ଧୁମପାନ କରୁଛନ୍ତି ପ୍ରଶାସନ ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଚାଲିଛି । ସିଗାରେଟ ସର୍ବସାଧାରଣରେ ଧୂମପାନ କରିଲେ ଲୋକ ମାନଙ୍କର ତ ଜୀବନ ହାନୀ ହେବାର ମୁଖ୍ୟ କାରଣ ରହିଛି କିନ୍ତୁ ପ୍ରଶାସନ ର ଯେମିତି ଆକ୍ସନମୁଡ୍ ପାଇଁ ଟିକିଏ ବି ଯେମିତି ଆଗ୍ରହ ନାର୍ହିଁ ବୋଲି ମନେ ହେଉଛି । ପ୍ରଶାସନ ଜାଣୁଛନ୍ତି ନା ନଜାଣିଲା ଭଳି ଅଭିନୟ କରୁଛନ୍ତି ତାହା ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଦ୍ୱୀତିୟଟି ହେଲା ପଲିଥିନ । ଏହି ପଲିଥିନ ପାଇଁ ଗୋରୁ ଗୋରୁଙ୍କର ପ୍ରାଣ ହାନୀ ଘଟିବା ସହ ମାଟିର ଉବ୍ରରତା ହ୍ରାସ ପାଇବାରେ ଲାଗିଛି । ଏହାକୁ ମଧ୍ୟ ସମାଜର ଦୃଷ୍ଟିରେ ରଖି ସରକାରୀ ତରଫରୁ ଜନହିତ ପାଇଁ ଆଇନ ପ୍ରଣୟନ କରାଗଲା । ଏହା ସହିତ କିଛି ଦିନ ଧରି ପ୍ରଶାସନ ତରଫରୁ ପଲିଥିନ ଡ୍ରାମା ମଧ୍ୟ ଜାରୀ ରହିଲା । ପଲିଥିନ କଟକଣା ଉପରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ କିଛି ଦିନ ପ୍ରଶାସନ ଅଣ୍ଟା ଭିଡିବା ସହ ଆକ୍ସନ ମୁଡରେ ଆସି ପଲିଥିନ ବିକ୍ରି କରୁଥିବା ଲୋକମାନଙ୍କ ଠାରୁ ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହା ପରେ ଗଣମାଧ୍ୟମ ଗୁଡିକରେ ମଧ୍ୟ ଜୋରଦାର ଖବର ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଇଥିଲା । କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ବଜାରରେ ଖୋଲା ଖୋଲି ଭାବେ ପଲିଥିନର ବହୁଳ ବ୍ୟବସାୟ ଚାଲିଛି କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସା୍ଜିଛି । ତେଣୁ ବୁଦ୍ଧିଜୀବି ଓ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ଦେଶରେ ନିୟମ ମାଳମାଳ ହୋଇଯାଇଛି କାମ ସବୁ ଦୂର୍ବଳ ହୋଇଯାଇଛି ।


