ଗୋଷ୍ଟି ସଂଘର୍ଷ : ୪ ଗୁରୁତର

କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ଚେରକା ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ୪ ଗୁରୁତର ଆହାତ । ଖବର ରୁ ପ୍ରକାଶ ଯେ ଚେରକା ପଞ୍ଚାୟତର ବରେଇଗୁଡା ଓ ଭକ୍ତରାମଗୁଡା ଦୁଇ ଗାଁ ମଧ୍ୟରେ କୌଣସି ଏକ କାରଣକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ଗୋଟିଏ ପରିବାରର ୪ଜଣ ଗୁରୁତର ଅବସ୍ଥାରେ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଥିବାବେଳେ ଗୁପ୍ତ ପୂଜାରୀ ନାମକ ବ୍ୟକ୍ତି ଆଜି ସକାଳେ ଜୟପୁର ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି କ୍ଷ କେସ ନଂ – ୫୪/୧୯/୨୫.୦୪.୨୦୧୯ ରେ ଧାରା ୧୪୭/୧୪୮,୩୨୬/୩୦୭,୩୦୨/୧୪୯ ଆଇପିସି ଲାଗିଥିବା ଜଣାପଡ଼ିଛି । ବୈପାରୀଗୁଡା ପୋଲିସ ବିଏସଏଫ ସାହାଯ୍ୟରେ ଘଟଣା ସ୍ଥାନରୁ ଛଅ ଜଣକୁ ଗିରଫ କରିଛି କ୍ଷ ସେମାନେ ହେଲେ ଲମତାପୁଟ ପାଙ୍ଗିନିଗୁଡାର ଜୟରାମ ଖଡା ଓ ବାଳରାମ ହନ୍ତାଳ, ବୈପାରୀଗୁଡା କଦମ୍ବଗୁଡାର ଗଣପତି ଗୌଡ଼, ଗୋବର୍ଦ୍ଧନ ଖାତିରି, ଗୁରୁ ଗୌଡ଼, ବରେଇ ଗୁଡାର ରବୀନ୍ଦ୍ର ହରିଜନ କ୍ଷ ଅଭିଯୁକ୍ତକରି ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି କ୍ଷ ଉକ୍ତ ଗ୍ରାମରେ କୌଣସି ଅପ୍ରିତିକର ଘଟଣା ନ ଘଟିବା ପାଇଁ ନଜର ରଖାଯାଇଛି ବୋଲି ଗ୍ଦୟକ୍ଟ୍ରକ୍ଟ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ