ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ରାଜ୍ୟରେ ବଢି ଚାଲିଛି ତାପମାତ୍ରା । ଗ୍ରୀଷ୍ମର ପ୍ରବାହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୁଚନା ଦେଇଛି । ରାଜ୍ୟର ୯ଟି ଜିଲ୍ଲା ଝାରସୁଗୁଡା, କଳାହାଣ୍ଡି , ସମ୍ବଲପୁର, ମାଲକାନଗିରି, ବଲାଙ୍ଗୀରି,ବରଗଡ, ସୋନପୁର, ନୁଆପଡା, ସୁନ୍ଦରଗଡରେ ତାତି ବଢିବା ସମ୍ଭାବନା ରହିଛି ।ମଧ୍ୟାହ୍ନ ୧୨ଟାରେ ଅପରାହ୍ନ ୩ଟା ଯାଏଁ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରିଛି ପ୍ରଶାସନ । ସେହିପରି ଆସନ୍ତା ୨୪ ଘଂଟା ମଧ୍ୟରେ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ ବର୍ଷା ଓ ବ୍ରଜପାତର ସମ୍ଭାବନା ରହିଛି । ଏ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟର ନବରଙ୍ଗପୁର, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ ବର୍ଷା ହୋଇପାରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ