ଭାଗ୍ୟଶାଳୀ ଝିଅ
ବିବାହକୁ ନେଇ ପ୍ରତ୍ୟେକ ଯୁବତୀଯୁବକଙ୍କର କିଛି ନା କିଛି ଆଶା ରହିଥାଏ । ଅଧିକାଂଶ ପୁଅ ଚାହାନ୍ତି, ଯେଉଁ ଝିଅକୁ ସେ ବିବାହ କରିବାକୁ ଯାଉଛନ୍ତି ସେ ଭାଗ୍ୟଶାଳୀ ରହାଇଥାନ୍ତୁ । ଫଳରେ ବିବାହ ପରେ ତାଙ୍କର ଖ୍ୟାତି ବୃଦ୍ଧିପାଇବ । ତେବେ ଯୁବତୀଙ୍କ କିଛି ଶାରୀରିକ ଗଠନରୁ ସେ ଭାଗ୍ୟଶାଳୀ କି ନାହିଁ ତାହା ଜାଣି ହେବ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ବଡ଼ ଆଖି ଥିବା ଝିଅ:
ଯେଉଁ ଝିଅମାନଙ୍କର ଆଖି ବଡ଼ ଏବଂ ଧଳା ହୋଇଥାଏ । ସେ ସ୍ୱଭାବରେ ଚଞ୍ଚଳା ହୋଇଥାନ୍ତି । ସେମାନେ ସବୁବେଳେ ଆଖପାଖରେ ଖୁସି ବାଣ୍ଟିବା ସହ ଜୀବନକୁ ଖୁସିରେ ଅତିବାହିତ କରନ୍ତି ।
-ଲାଲ ରଙ୍ଗର ଜିଭ ଥିବା ଝିଅ:
ଯେଉଁ ଝିଅମାନଙ୍କ ଜିଭ ଲାଲ ରଙ୍ଗର ଏବଂ କୋମଳ ହୋଇଥାଏ, ସେ ଜୀବନରେ ସବୁ ସୁଖ ପାଇଥାନ୍ତି । ତାଙ୍କ ଭାଗ୍ୟ ଯୋଗୁ ପରିବାରରେ ସୁଖ, ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ ।
-ନାକରେ କଳାଜାଇ ଥିବା ଝିଅ:
ନାକରେ କଳାଜାଇ ଥିବା ବହୁତ କମ୍ ଝିଅ ଅଛନ୍ତି । ମାତ୍ର ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କ ଜୀବନ ସୁଖମୟ ହୋଇଥାଏ ।